ୟୁନାଇଟେଡ଼ ଏଫସି ଗଣ୍ଡରପୁର କଟକ ସେମିଫାଇନାଲରେ
ନିମାପଡା, ୩୦/୦୧/୨୦୨୫ (ଓଡ଼ିଶା ସମାଚାର)-ନିମାପଡା ଆଥେଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ୧୦ମ ରାଜ୍ୟସ୍ତରୀୟ ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବାରବାଟି ମିନି ଷ୍ଟାଡିଅମରେ ଗୁରୁବାର ଅପରାହ୍ନ ରେ ଦ୍ବୀତୀୟ କ୍ଵାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୟୁନାଇଟେଡ଼ ଏଫସି ଗଣ୍ଡରପୁର କଟକ ଏବଂ ଫ୍ରେଣ୍ଡସ ପାରାଡ଼ାଇଜ ଜଟଣୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଫ୍ରେଣ୍ଡସ ପାରାଡ଼ାଇଜି ଜଟଣୀକୁ ୦ – ୨ ଗୋଲରେ ହରାଇ ୟୁନାଇଟେଡ଼ ଏଫସି ଗଣ୍ଡରପୁର କଟକ ସେମିଫାଇନାଲ ରେ ପ୍ରବେଶ କରିଛି । ଶ୍ରେଷ୍ଠ ଖେଳ ପ୍ରଦର୍ଶନ ନିମନ୍ତେ ୟୁନାଇଟେଡ଼ ଏଫସି ଗଣ୍ଡରପୁର କଟକ ର ଖେଳାଳି ଚନ୍ଦନ ନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ କରାଯାଇଛି । ଅତିଥି ଭାବେ ନିମାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲାପରିଷଦ ପ୍ରଦୀପ୍ତ ଖଟୋଇ,ନିମାପଡା ଉପନଗରପାଳ ସନ୍ତୋଷ ଦାଶ, ପୂର୍ବତନ ନଗରପାଳ ସନାତନ ପ୍ରଧାନ ଓ ପୂର୍ବତନ କାଉନସିଲର ବ୍ରଜେନ୍ଦ୍ର ପ୍ରଧାନ, ଆସୋସିଏସନ ଉପସଭାପତି ଦୋଳ ଗୋବିନ୍ଦ ସେଠୀ,ସମ୍ପାଦକ ଜୀବନାନନ୍ଦ ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ ।
ଖେଳ ପରିଚାଳନା କରିଥିଲେ ରେଫରୀ ବିଜୟ ମଙ୍ଗରାଜ । . ସହଯୋଗ କରିଥିଲେ ଜିତୁ ପାତ୍ର ଓ ସୁଦୀପ୍ତ ଦାଶ । ୪ର୍ଥ ରେଫରିଥିଲେ ରଣଜିତି କେଶରୀ ନାୟକ , ବିଶ୍ୱଜିତି ମଲ୍ଲିକ ।
