ଏ.ଆଇ.ଏସ.ଏଫ. ପକ୍ଷରୁ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା, ୩୧/୧୨/୨୦୨୩ (ଓଡ଼ିଶା ସମାଚାର)- ନୂଆବର୍ଷ ୨୦୨୪ ଉପଲକ୍ଷେ ଅଖିଳ ଭାରତ ଛାତ୍ରସଂଘ(ଏ.ଆଇ.ଏସ୍.ଏଫ.) ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଗୋପଛକ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛାତ୍ରନେତା ଆହ୍ୱାନ ରାଉତରାୟଙ୍କ ପରିଚାଳନାରେ “ଆମ ଶିକ୍ଷା-ଆମ ଭବିଷ୍ୟତ” ଶୀର୍ଷକ ଆଲୋଚନାଚକ୍ର ସଂଗଠିତ ହୋଇଥିଲା । ଏଥିରେ ଛାତ୍ରସଂଘର ରାଜ୍ୟ ସହସମ୍ପାଦକ ସାଥି ସୁଚିସ୍ମିତା ବାରିକ, ଶିକ୍ଷକ ନେତା ଅଜୟ ସାମଲ, ରବିନ୍ଦ୍ର ପ୍ରସାଦ ଜେନା, ଅବଧୂତ ରାଉତ ପ୍ରମୁଖ ଆଲୋଚକ ରୂପେ ଯୋଗଦେଇ ବର୍ତମାନର ଶିକ୍ଷା ବ୍ୟବସ୍ଥା କିପରି ଏକ ବୁଦ୍ଧି ବିଚାର ଶୂନ୍ୟ ଶାସିତ ଜନଗୋଷ୍ଠି ତିଆରି କରିବା ପାଇଁ ଅଭିପ୍ରେତ ତାହା ପ୍ରକାଶ କରିଥିଲେ । ଏଣୁ ଦେଶର ତଥା ନାଗରିକଙ୍କର ଭବିଷ୍ୟତ ବିକାଶ ଦୃଷ୍ଠିରୁ ବର୍ତମାନର ଜାତୀୟ ଶିକ୍ଷାନୀତି ବିରୁଦ୍ଧରେ ବ୍ୟାପକ ଜନଚେତନା ସୃଷ୍ଟି କରାଯିବା ଆବଶ୍ୟକ ବୋଲି ଆଲୋଚକମାନେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଶ୍ମିରଞ୍ଜନ ସାହୁ, ପାୟଲ ଦାସ, ପ୍ରଦ୍ୟୋଶ ରଞ୍ଜନ ବେଉରା, ବିଜୟିନୀ ସେନାପତି, ଭକ୍ତିପ୍ରିୟା ନାୟକ, ଆଜାଦି ଆଦ୍ୟାଶା ପ୍ରମୁଖ ଛାତ୍ରମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଭାଗ୍ୟରଞ୍ଜନ ବେଉରା ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରାକ୍ତନ ଛାତ୍ରନେତା ରମଣୀ ରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ନିରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *