ନରସିଂହପୁର, ୧୬/୧୦/୨୦୨୬(ଓଡ଼ିଶା ସମାଚାର)- ଦୀର୍ଘ ଆଠ ବର୍ଷ ପରେ ଛାତ୍ରଛାତ୍ରୀ ମାନେ ନିର୍ବାଚନୀ କ୍ଷେତ୍ରକୁ ଆସିଥିବାରୁ ପିଲମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା। ଏହି ବ୍ଲକରେ ରହିଥିବା ତିନୋଟି ମହାବିଦ୍ୟାଳୟ ମଧ୍ୟରୁ ଦୁଇଟି ମହାବିଦ୍ୟାଳୟରେ ଏହି ଛାତ୍ର ନିର୍ବାଚନ ହୋଇଥିଲା। ଏତିମଧ୍ୟରୁ ନରସିଂହପୁର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦରେ ଦୁଇଜଣ ମୈଦାନକୁ ଓହ୍ଲାଇ ଥିଲେ। ଏଥିରେ ଆକାଶ ନାୟକ ବନାମ ଦିପୁ ବେହେରାଙ୍କ ମଧ୍ୟରେ ଲଢେ଼ଇ ହୋଇଥିଲା।ଉପସଭାପତି ପଦ ପାଇଁ ବିଭୁତି କୁମାର ବେହେରା ଓ ବିମଳ ରାଉତଙ୍କ ମଧ୍ୟରେ ଲଢେଇ ହୋଇଥିଲା।
ଏଥିରେ ବିଭୁତି ବିଜୟ ହୋଇଥିଲେ। ସାଧାରଣ ସମ୍ପାଦକ ଚିତ୍ତ ରଞ୍ଜନ ମହାପାତ୍ର ନିର୍ଦୋନ୍ଦରେ ନିର୍ବାଚିତ ହୋଇଥିବା ବେଳେ ସହ ସମ୍ପାଦକ ଭାବେ ପ୍ରଭୁପ୍ରସାଦ ମହାଲିକ ଓ ପବିତ୍ର ସାହୁଙ୍କ ମଧ୍ୟରେ ଲଢେଇ ହୋଇଥିଲା। ଏଥିରେ ପ୍ରଭୁ ପ୍ରସାଦ ବିଜୟୀ ହୋଇଛନ୍ତି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶୁଶାନ୍ତ ମହାପାତ୍ରଙ୍କ ସୂଚନାରୁ ପ୍ରକାଶ।ସେହିପରି କାନପୁର ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ନିର୍ବାଚନରେ ସଭାପତି ଭାବେ ନିର୍ମଳ ରାଉତ, ଉପସଭାପତି ଭାବେ ସାଇସ୍ମିତା ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ଋତୁପର୍ଣ୍ଣା ରାଉତ, ସହ ସମ୍ପାଦକ ବର୍ଷା ପ୍ରିୟଦର୍ଶିନୀ ମହାରଣା, କ୍ରୀଡା ସମ୍ପାଦକ ସଂଗ୍ରାମ ବେହେରା,ନାଟ୍ୟସଂସଦ ସମ୍ପାଦକ ସୁଭଦ୍ରା ସାହୁ,ନାଟ୍ୟସଂସଦର ସହସମ୍ପାଦକ ସରସ୍ବତୀ ସାହୁ ବିଜୟୀ ହୋଇଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ତେବେ ନରସିଂହପୁର ମହାବିଦ୍ୟାଳୟର ସଭାପତି ଭାବେ ଆକାଶ ବିଜୟୀ ହେବାପରେ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଜିଲାପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର, ବ୍ଲକ ବିଜେଡି ସଭାପତି ନିର୍ମଳ ଜେନା ବ୍ଲକ ଅଧ୍ୟକ୍ଷା ସସ୍ମିତା ଜେନା ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।
