ବାଲେଶ୍ୱର,୧୪/୦୨/୨୦୨୫(ଓଡ଼ିଶା ସମାଚାର)- ଫକୀରମୋହନ ବିଶ୍ୱବିଦ୍ୟଳୟରେ ‘ବଜ୍ରପାତ ବିପତିରୁ ସୁରକ୍ଷା’ ଶୀର୍ଷକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧରଣୀଧର ବିଶ୍ୱବିଦ୍ୟାଳୟର ଅଫିସର୍ ଅନ୍ ସ୍ପେଶାଲ୍ ଡୁ୍ୟଟି ପ୍ରଫେସର୍ ପ୍ରତାପ କୁମାର ମହାନ୍ତି, ସମ୍ମାନିତ ଅତିଥିଭାବେ ଚାନ୍ଦିୁରସ୍ଥିତ ଡିଆରଡିଓ ଅଧିନ ଗୋଳାବାରୁଦ ପରୀକ୍ଷା କେନ୍ଦ୍ର(ଆଇଟିଆର୍)ର ନିର୍ଦ୍ଧେଶକ କେ. ସୁଚେନ୍ଦର, ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ଗବେଷକ ପ୍ରଧ୍ୟାପକ ଡ. ଅମିର ଅଲ୍ଲୀ ଖାନ୍ ପ୍ରମୁଖ ଯୋଗ ଦେଇଥିଲେ । ସାରା ଦେଶରେ ବଜ୍ରପାତଜନିତ ମୃତୁ୍ୟସଂଖ୍ୟା ଓଡ଼ିଶାର ଅଧିକ ।

ବଜ୍ରପାତର ପୂର୍ବାନୁମାନ କରି ଲୋକଙ୍କୁ ସଚେତନ କରିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଗଲେ ରାଜ୍ୟରେ ଏହି ମୃତୁ୍ୟସଂଖ୍ୟା କମିପାରିବ । ଏଥିପାଇଁ ଓଡ଼ିଶାରେ ବଜ୍ରାତ ଆଶ୍ରୟସ୍ଥଳୀ ନିର୍ମାଣର ଆବଶ୍ୟକତା ରହିଛି । ଅଧିକନ୍ତୁ ଏ ଦିଗରେ ଅଧିକ ଗବେଷଣା ଏବଂ ତତ୍ ଜନିତ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଭୂ-ବିଜ୍ଞାନୀ ଗବେଷକ ଏବଂ ପାଣିପାଗ ବିଶେଷଜ୍ଞମାନେ ମତପ୍ରକାଶ କରିଥିଲେ । କୁଳପତି ଶ୍ରୀ ତ୍ରିପାଠୀ ଉପସ୍ଥିତ ଜନସାଧାରଣଙ୍କୁ ବିଜୁଳି, ଘଡ଼ଘଡ଼ି ଓ ବଜ୍ରପାତ ସଚେତନତା ବାର୍ତାକୁ ଅନ୍ୟମାନଙ୍କ ପାଖରେ ପହଂଚାଇବାକୁ ଆହ୍ୱାନ ଦେଇଥିଲେ । ଏଥିରେ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର୍ ଭାସ୍କର ବେହେରା ସ୍ୱାଗତ ଭାଷଣ ଦେଇଥିବାବେଳେ ଆବାହକ ପ୍ରଫେସର୍ ମନୋରଞ୍ଜନ ମିଶ୍ର ସମ୍ମିଳନୀର ଉଦ୍ଧେଶ୍ୟ ଓ ସହ ଆବାହକ ଡ. ନିହାର ରଞ୍ଜନ ରାଉତ ପ୍ରାରମ୍ଭିକ ସୂଚନା ଦେଇଥିଲେ ।
