ଝାରସୁଗୁଡାରେ ପହଂଚି ଛତିଶଗଡ଼ର ଅମ୍ବିକାପୁର ଅଭିମୁଖେ ବାହାରିଲେ ରାଷ୍ଟ୍ରପତି

ଝାରସୁଗୁଡା,୨୦/୧୧/୨୦୨୫(ଓଡ଼ିଶା ସମାଚାର)- ଝାରସୁଗୁଡା ବିମାନ ବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ପହଂଚିଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟ ସରକାର, ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଥିଲା ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଟଙ୍କଧର ତ୍ରିପାଠୀ, ଏଡିଜି ସନ୍ତୋଷ ବାର୍ଲା, ଜିଲାପାଳ କୁନାଲ ମୋତିରାମ ଚୌହ୍ୱାନ, ଏସପି ଜିଆର ରାଘବେନ୍ଦ୍ର ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ଏହାପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବାୟୁସେନାର ହେଲିକପ୍ଟରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଛତିଶଗଡ଼ର ଅମ୍ବିକାପୁର ଅଭିମୁଖେ ବାହାରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବିମାନ ବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Leave a Reply

Your email address will not be published. Required fields are marked *