ମାଟି୍ରକ ଫର୍ମ ପୂରଣ ଅବଧି ନଭେମ୍ବର ୨୮କୁ ବୃଦ୍ଧି

କଟକ, ୨୦/୧୧/୨୦୨୫(ଓଡ଼ିଶା ସମାଚାର)-୨୦୨୬ ମାଟି୍ରକ ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ନଭେମ୍ବର ୨୮ ତାରିଖ ଯାଏ ବୃଦ୍ଧି ପାଇଛି । ଏ ନେଇ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ପକ୍ଷରୁ ସୂଚନା ଦିଆଯାଇଛି ।

ଫର୍ମ ପୂରଣ ଅବଧି ବୃଦ୍ଧି କରିବା ପାଇଁ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହି ଅନୁରୋଧକୁ ବିଚାର କିର ବୋର୍ଡ଼ ୨୦୨୬ ମାଟି୍ରକ ପରୀକ୍ଷା ଫର୍ମ ପୂରଣ ଅବଧି ନଭେମ୍ବର ୨୮କୁ ବୃଦ୍ଧି କରିଛନ୍ତି । ଏହାପରେ ଆଉ କୌଣସି ସମୟ ବୃଦ୍ଧି ଅନୁମତି ଦିଆଯିବ ନାହିଁ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *