ମା’ବିରଜାଙ୍କ ସ୍ୱନକ୍ଷତ୍ର ଉତ୍ସବରେ ଶ୍ରୀବିରଜା ସେବା ସମିତିର କାର୍ଯ୍ୟକ୍ରମ

ଯାଜପୁର, ୦୬/୦୨/୨୦୨୪ (ଓଡ଼ିଶା ସମାଚାର)- ମା’ବିରଜାଙ୍କ ସ୍ୱନକ୍ଷତ୍ର ଉତ୍ସବ ପାଇଁ ଶ୍ରୀବିରଜା ସେବା ସମିତି ତରଫରୁ ବିରଜା ଚେତନାରେ ଯାଜପୁର ଶୀର୍ଷକ ପ୍ରବନ୍ଧ ଉପରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିରଜା ଉଚ୍ଚ ବିଦ୍ୟାଳୟର ଶ୍ରୀୟା ମହାନ୍ତି ପ୍ରଥମ, ଅମି୍ରତା ନାୟକ ୨ୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଯାଜପୁର ନଗରର ମାତୃକା ଶୁଭଦର୍ଶିନୀ ପାତ୍ର ୩ୟ, ହରିସାମନ୍ତ ଉଚ୍ଚ ବିଦ୍ୟାଳୟର ଶୁଭଲକ୍ଷ୍ମୀ ପୃଷ୍ଟି ୩ୟ, ଯାଜପୁର ଜିଲ୍ଲାସ୍କୁଲର ବିଜୟଲକ୍ଷ୍ମୀ କର ୩ୟ, ମୁ୍ୟନିସିପାଲ ଉଚ୍ଚ ବିଦ୍ୟାଳୟର ପ୍ରିୟଦର୍ଶନୀ ସାହୁ ୩ୟ ସ୍ଥାନ ଅଧିକାର କରିଛନ୍ତି । ସମସ୍ତ ପ୍ରତିଯୋଗୀଙ୍କୁ ବିରଜା ମନ୍ଦିର ପରିସରରେ ଆସନ୍ତା ୯ ତାରିଖ ଅପରାହ୍ନ ୩ ଘଟିକା ସମୟରେ ବିରଜାଙ୍କ ସ୍ୱନକ୍ଷତ୍ର ଉତ୍ସବରେ ପ୍ରମାଣପତ୍ର ଓ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ବିରଜା ଓ ବିରଜା କ୍ଷେତ୍ରର ପ୍ରଚାର ପ୍ରସାର ନିମନ୍ତେ ବିରଜା ସଂସ୍କୃତି ଗବେଷକ ଡ଼ଃ ଜ୍ଞାନ ରଂଜନ ପତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ସଭାପତି ନୂତନ ବର୍ଷରେ ନୂତନ ଆଜୀବନ ସଭ୍ୟ ଗିରିଜା ପ୍ରସାଦ ମହାନ୍ତି, ଶିବନାରାୟଣ ସାହୁ, ମନୋଜ କୁମାର ମହାରଣା, ରୁଦ୍ରଚରଣ ବେହୁରିଆ, ନିମାଇଁ ଚରଣ ନାୟକ, ପ୍ରିୟଙ୍କା ପ୍ରିୟଦର୍ଶନୀ ରାଉତ, ରଶ୍ମିରେଖା ଦାସ, ସଚିଦାନନ୍ଦ ସାମଲ, ଚିତରଂଜନ ରାଉତ, ସଂଜୀବ କୁମାର ସାମଲ, ଜ୍ଞାନେନ୍ଦ୍ରବଲ୍ଲଭ ରାଉତରାୟ, ପ୍ରକାଶ କୁମାର ବିଶ୍ୱାଳ, ଦିବାକର ମିଶ୍ର, ଅଜିତ୍ କୁମାର ଦାସ, ରାଜକିଶୋର ପାଠି, କାହ୍ନୁ ଚରଣ ମହାନ୍ତି, ସୀତାରାମ ମହାପାତ୍ର, ରାଜିବଲୋଚନ ଜେନା, ପ୍ରସନ୍ନ କୁମାର ମହାନ୍ତି, ଅଶୋକ କୁମାର ଦାସ, ସୂର୍ଯ୍ୟନାରାୟଣ ମହାନ୍ତି, ସୁଜିତ୍ କୁମାର ନାଥ, ଅନ୍ନପୂର୍ଣ୍ଣା ନାଥଙ୍କୁ ସଭା ସ୍ୱାଗତ ଜଣାଇଲା । ପ୍ରବନ୍ଧ ପ୍ରତିଯୋଗିତାକୁ ସଭାପତି ବିଶ୍ୱମ୍ଭର ମିଶ୍ର, ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ପାଠୀ, ଉପସଭାପତି ପ୍ରମୋଦ କୁମାର ଦ୍ୱିବେଦୀ, ଯୁଗ୍ମ ସମ୍ପାଦକ ବୃନ୍ଦାବନ ମିଶ୍ର, ସଭ୍ୟ ନୃସିଂହ ଚରଣ ଜେନା, ଧିରେନ୍ଦ୍ର କୁମାର ରାଉତରା, ଚିତରଂଜନ ରାଉତ, ଗଦାଧର ରାଉତ, ବିଷ୍ଣୁ ଚରଣ ଲେଙ୍କା, ରାମଚନ୍ଦ୍ର ବେହୁରିଆ, ଧନଞ୍ଜୟ କେଶରୀ ରାଉତରାୟ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *