କଟକ ସଦର , ୨୫/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଜ ପଞ୍ଚାୟତ କିଶନନଗର ଠାରେ ଆଜି ସୋମବାର ଦିନ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ତିନୋଟି ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଥିବା ଜଣାଯାଇଛି।
ସେଥିମଧ୍ୟରୁ କିଶନନଗର କଲେଜ ରେ ଇ-ପାଠାଗାର ଓ ଵାଳିକା ସାଧାରଣ ପ୍ରକୋଷ୍ଠ,ଵାଲିସୁକ୍ରି ଠାରେ କିଶନନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପାଠାଗାର ଉନ୍ନତି କରଣ, ସାମନ୍ତରାପୁର ରାମ ମନ୍ଦିର ଭୋଗ ମଣ୍ଡପ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
