କଟକ ସଦର ତହସିଲ ଦୁଇଭାଗ ହେବ, ଗଠନ ହେଵ ଆଉ ଗୋଟିଏ ତହସିଲ

କଟକ ସଦର,୨୦/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ତହସିଲ ରେ ଦିନକୁ ଦିନ କାର୍ଯ୍ୟଭାର ବୃଦ୍ଧି ପାଇବା ଯୋଗୁ ଆବଶ୍ୟକ ଦୃଷ୍ଟିରୁ କଟକ ସଦର ତହସିଲ ଦୁଇଭାଗ ହୋଇ ଆଉ ଗୋଟିଏ ନୂତନ ତହସିଲ ଗଠନ ହେବ ବୋଲି ଜଣାପଡିଛି। ଏଥିପାଇଁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ ଯେ ୧୩୭ ଟି ରାଜସ୍ବ ଗ୍ରାମ ଓ ୨୫ ଟି ଆର୍ ଆଇ ସର୍କଲ କୁ ନେଇ କଟକ ସହର ମହାନଗର ନିଗମ ଅଞ୍ଚଳରେ ହାଇକୋର୍ଟ ନିକଟରେ କଟକ ସଦର ତହସିଲ କାର୍ଯ୍ୟ କରୁଛି।ଯାହା ଫଳରେ କନ୍ଦରପୁର ଓ ଵୈୟାଳିସମୈ।ଜା ଅଞ୍ଚଳର ଲୋକମାନେ ନିଜ ନିଜର କାର୍ଯ୍ୟ ପାଇଁ ତହସିଲ କାର୍ଯ୍ୟାଳୟ କୁ ଯିବାକୁ ନାହିଁ ନଥିବା ଅସୁବିଧା ଭୋଗ କରିଵା ସହିତ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି। ଏହି ସବୁ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକେ ଯେପରି ତହସିଲ ରେ ସରକାରୀ ସୁବିଧା ପାଇ ପାରିବେ ସେଥିପାଇଁ ଆଉ ଗୋଟିଏ ତହସିଲ ଖୋଲିବାକୁ ନିଷ୍ପତି ନେଇଥିବା ଜଣାଯାଇଛି।

ଏନେଇ ମଙ୍ଗଳବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଖୋର୍ଦ୍ଧା, କଟକ ଓ ସମ୍ବଲପୁର ଜିଲାପାଳଙ୍କୁ ପତ୍ର ଲେଖି ଦର୍ଶାଯାଇଛି ଯେ, ଉପରୋକ୍ତ ତହସିଲ ଗୁଡ଼ିକ ଉପରେ କାର୍ଯ୍ୟଭାର ବୃଦ୍ଧି ପାଇବାରୁ ଠିକ୍ ସମୟରେ ଲୋକଙ୍କୁ ରାଜସ୍ବ ସେବା ପ୍ରଦାନ କରିବାରେ ସମସ୍ୟା ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଅତିରିକ୍ତ ତହସିଲ ଗଠନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ନୂଆ ତହସିଲ ଗଠନ ପାଇଁ ବିସ୍ତୃତ ପ୍ରସ୍ତାବ ଦାଖଲ କରିବା ସହ ନୂଆ ତହସିଲ ର ସ୍ଥାନ, ଆରଆଇ ସର୍କଲ, ପୁଲିସ ଥାନା ଆଦିର ବିବରଣୀ ଏହି ବିଭାଗକୁ ପଠାଇବାକୁ ହେବ। ପ୍ରସ୍ତାବ ଦାଖଲ ପୂର୍ବରୁ ସ୍ଥାନୀୟ ଜନପ୍ରତିନିଧି, ଜନସାଧାରଣଙ୍କ ମତାମତ ନେବା ଆବଶ୍ୟକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ କଟକ ସହିତ ଭୁବନେଶ୍ବରରେ ଦୁଇଟି ଓ ସମ୍ବଲପୁରରେ ଗୋଟିଏ ମୋଟ ଚାରିଟି ନୂଆ ତହସିଲ ଖୋଲିବାକୁ ଯାଉଛି।

Leave a Reply

Your email address will not be published. Required fields are marked *