ଖୁବ୍ଶୀଘ୍ର ଦେଶାନ୍ତର ହେବେ ଚିହ୍ନଟ ବାଂଲାଦେଶୀ

ଭୁବନେଶ୍ୱର,୦୮/୧୨/୨୦୨୫(ଓଡ଼ିଶା ସମାଚାର)- ଖୁବ୍ଶୀଘ୍ର ଦେଶାନ୍ତର ହେବେ ଜଗତସିଂହପୁର ଜିଲାରୁ ଚିହ୍ନଟ ହୋଇଥିବା ୨୦ ଜଣ ବାଂଲାଦେଶୀ । ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ତଥ୍ୟ ଜାରି କରିଛନ୍ତି ରାଜ୍ୟ ସରକାର । ୨୧୦୯ ଜଣ ସନ୍ଦିଗ୍ଧଙ୍କୁ ଯାଂଚ କରାଯାଇଛି । ସେଥିରୁ ୨୦୨୫ ଜଣ ଭାରତୀୟ ଭାବେ ମୁକ୍ତ ହୋଇଥିବା ବେଳେ ୧୩ ଜଣଙ୍କ ପରିଚୟ ପତ୍ର ଯାଂଚ ଚାଲିଛି । ୭୧ ଜଣଙ୍କୁ ଅବୈଧ ବାଂଲାଦେଶୀ ଭାବେ ଚିହ୍ନଟ କରାଯାଇଛି । ଭୁବନେଶ୍ୱରରେ ୨୪ ଜଣ, କଟକରେ ୧୫,ବ୍ରହ୍ମପୁରରେ ୬,ଗଞ୍ଜାମରେ ୧,କନ୍ଧମାଳରେ ୪,କୋରାପୁଟରେ ଜଣେ,ଜଗତସିଂହପୁରରେ ୨୦ ଜଣଙ୍କୁ ଚିହ୍ନଟ କରାଯାଇଛି । ୭୧ ଜଣ ଭିତରୁ ୪୮ ଜଣଙ୍କୁ ଦେଶାନ୍ତର କରାଯାଇଛି । ୨ ଜଣ ବାଂଲାଦେଶୀ ଅନୁପ୍ରବେଶକାରି ଜାଲ୍ କାଗଜପତ୍ର ଦେଇ ନିଜ ନାମରେ ଭାରତୀୟ ପାସପୋର୍ଟକରିଛନ୍ତି । ସେମାନଙ୍କ ନାମରେ ମୋକଦ୍ଧମା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଛି । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ଲିଖିତ ଉତର ରଖିଛନ୍ତି ।

 

Leave a Reply

Your email address will not be published. Required fields are marked *