ସାମ୍ବାଦିକତା ଏକ ବୃତ୍ତି ନୁହେଁ, ବ୍ରତ ବୋଲି ବିବେଚନା କରିବା ଆବଶ୍ୟକ
କଟକ, ୧୯/୧୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)-ରାଜ୍ୟ ସାମ୍ବାଦିକ ସଂଘର କଟକ ଜିଲ୍ଲା ଶାଖା ର ତୃତୀୟ ବାର୍ଷିକ ଉତ୍ସବ ସି ଏମ ସି- ୫୮ ନମ୍ବର ୱାର୍ଡ ଅନ୍ତର୍ଗତ ପ୍ରତାପନଗରୀ ଧାକୁଲେଇ ମଣ୍ଡପ ରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ” ଦିବ୍ୟାଲୋକ ସନ୍ଧାନେ ” ର ସମ୍ପାଦକ ତଥା ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀସନ୍ନ୍ୟାସୀ ଜୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରତ୍ୟେକ ସାମ୍ବାଦିକ ଏହାକୁ ବୃତ୍ତି ନୁହେଁ ବ୍ରତ ଭାବେ ଗ୍ରହଣ କରିବା ସହିତ ସାମ୍ବାଦିକଟିଏ ଜଣେ ସାଧକ ହେବାକୁ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଦିଗଦର୍ଶନ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଯୋଗ ଦେଇ ସାମ୍ବାଦିକ ମାନଙ୍କୁ ଶୃଙ୍ଖଳିତ ତଥା କର୍ତ୍ତବ୍ୟ ନିଷ୍ଠ ହେବା ପାଇଁ ଆହ୍ୱାନ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ରାଜ୍ୟ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଗଗନବିହାରୀ ସାହୁ, ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତ୍ତିଚନ୍ଦ୍ର ସାହୁ, ଜାତୀୟ ସଂଗଠନ ସମ୍ପାଦକ ଚିନ୍ତାମଣି ପାଢ଼ୀ, ସନ୍ତୋଷ ସ୍ୱାଇଁ,ରାଜ୍ୟ ସମ୍ପାଦକ ଶିବାଶିଷ ମହାନ୍ତି, ଅତିରିକ୍ତ ଡି ସି ପି ରଣଜିତ ପୃଷ୍ଟି, ପ୍ରମୁଖ ଯୋଗ ଦେଇ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ସାମ୍ବାଦିକମାନଙ୍କୁ ବୃତ୍ତିଗତ ସୁରକ୍ଷା ଯୋଗାଇ ଦେବା ସହ ସରକାର ସେମାନଙ୍କ ପାଇଁ ପେନସନ ର ସୁବିଧା ଯୋଗାଇ ଦେବା ଉଚିତ ବୋଲି ମତ ଦେଇଥିଲେ । ଜିଲ୍ଲା ସମ୍ପାଦକ ଶିଶିର ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସଂଗଠନ ସମ୍ପାଦକ ଶୁଭେନ୍ଦୁ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ଅଭୟ ଜେନା, ରଘୁନାଥ ଆଚାର୍ଯ୍ୟ, ସୁରେନ୍ଦ୍ର ମହାପାତ୍ର, ଶଶିଭୂଷଣ ଷଡ଼ଙ୍ଗୀ, ଅକ୍ଷୟ କୁମାର ଦାଶ, ପ୍ରଦୀପ କୁମାର ଜେନା, ବସନ୍ତ ରଥ, ପ୍ରଦୀପ୍ତ ମହାପାତ୍ର, ରତ୍ନାକର ବାରିକ, ସୁଜାତା ଗୋସ୍ୱାମୀ ପ୍ରମୁଖ ଦଶ ଜଣ ଙ୍କୁ “ସାମ୍ବାଦିକ ରତ୍ନ” ସମ୍ମାନ ରେ ସମ୍ମାନିତ କରାଯାଇଥିଲା ।
ସଭା ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଶ୍ରୀଜଗନ୍ନାଥ ଙ୍କ ପ୍ରସାଦ ବଣ୍ଟନ ପୂର୍ବକ ସଭା ଆରମ୍ଭ କରାଯାଇଥିଲା । ସଂଘଭୁକ୍ତ ହୋଇଥିବା ପ୍ରତି ସଦସ୍ୟଙ୍କୁ ଅତିଥିମାନଙ୍କ ଦ୍ୱାରା ସଦସ୍ୟତା ପତ୍ର ପ୍ରଦାନସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ରାଜ୍ୟ କୋଷାଧ୍ୟକ୍ଷ ଟୁନା ଜେନା ଧନ୍ୟବାଦ ଅର୍ପଣ କରିଥିଲେ l। କାର୍ଯ୍ୟକ୍ରମ କୁ ସାମ୍ବାଦିକ ଧୀରେନ୍ଦ୍ର ସାହୁ, ସୂର୍ଯ୍ୟ ନାରାୟଣ ଦାଶ, ନିବେଦିତା ସିଂ, ମୀନକେତନ ଦାସ, ହରିହର ସାହୁ, ଅଶୋକ ରଣା, ପ୍ରଶାନ୍ତ ସାହୁ, ଅମିତାଭ ମହାପାତ୍ର, ମହେଶ୍ୱର ପାତ୍ର, କାଳନ୍ଦୀ ସ୍ୱାଇଁ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପରିଚାଳନା କରିଥିଲେ ।
