ଦିତୀୟ ବିବାହ ବେଳେ ଧରା ହେଲେ ରସିକ ସ୍ବାମୀ

ନିରାକାରପୁର, ୧୦/୧୨/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଗୋଳବାଇ ପଞ୍ଚାୟତ ଚନ୍ଦ୍ରମାପାଟପୁର ଗ୍ରାମର ଅହଲ୍ୟା ହାତୀ ଙ୍କ ୨୦୧୦ ମସିହାରେ ବୈଦିକ ରୀତିରେ ସୁରେଶ ହାତୀଙ୍କ ସହିତ ବିବାହ ଘର ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ରହିବା ସହିତ ଦୁଇଟି କନ୍ୟା ସନ୍ତାନ ରହିଅଛି। କିନ୍ତୁ ୨୦୨୩ ମସିହାରେ ସୁରେଶ ଅନ୍ୟ ଜଣେ ଯୁବତୀ ସହିତ ସମ୍ପର୍କ ରଖିବା ସହିତ ଅହଲ୍ୟା ଶାଶୁ ଘରୁ ବାପା ଘରକୁ ଆସିବା ସୁଯୋଗ ନେଇ ଆଜି ସୁରେଶ ତାର ପ୍ରେମିକା ସହିତ ବାଳକାଟି ଏକ ମନ୍ଦିରରେ ବିବାହ ଚାଲିଥିବା ଖବର ପାଇ ଅହଲ୍ୟା ଯାଇ ପୋଲିସ ସହାୟତାରେ ବିବାହ କୁ ବନ୍ଦ କରିଥିଲା। ପୋଲିସ ସୁରେଶ କୁ ଅଟକାଇ ରଖି ଥିବାବେଳେ ଅହଲ୍ୟା ଜଂକିଆ ଥାନାର ଆଉ ଏକ ମାମଲା ରୁଜୁ କରିଛନ୍ତି।

Leave a Reply

Your email address will not be published. Required fields are marked *