ଜଗତସିଂହପୁର ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ସଚେତନତା ରଥ ଉଦଘାଟିତ

ଜଗତସିଂହପୁର ୧୮/୧୧/୨୦୨୫ (ଓଡ଼ିଶା ସମାଚାର)-  ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ପରିସରରେ ଶୂନ୍ୟ ମୃତାହତ ପକ୍ଷ ସଚେତନତା ରଥ ଉଦଘାଟିତ ହୋଇ ଯାଇଛି । ନଭେମ୍ବର ୧୮ ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ବୁଲିବାକୁ ଥିବା ଏହି ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ  ଏବଂ ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ପତାକା ଦେଖାଇ ଉଦଘାଟନ କରିଥିଲେ ।

ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ଙ୍କ  ପୌରହିତ ରେ ଏହି ସଚେତନତା ରଥ ଉଦ୍ଘାଟନ  ହୋଇ ଥିଲା । ଏଥିରେ କନିଷ୍ଠ ମଟର ଯାନ ନିରିକ୍ଷକ ମନୋରମା ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ,ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରତାପ କୁମାର ବେହେରା ଗୁରୁଗୋରେଖ ଟ୍ରାଭେଲରସ୍ ପରିଚାଳକ ସୂର୍ଯ୍ୟ ନାରାୟଣ ମହାନ୍ତି  ଉପସ୍ଥିତ  ଥିଲେ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *