ବରିଷ୍ଠ ସମାଜସେବୀ ପ୍ରଭାତ ଖଟୁଆ ଓ ଧର୍ମପ୍ରାଣା ଦମୟନ୍ତୀ ଖଟୁଆଙ୍କ ଜନ୍ମ ଜୟନ୍ତୀ ପାଳିତ ।

କଟକ,୨୧/୭/୨୦୨୪ (ଓଡ଼ିଶା ସମାଚାର)-କଟକ ସଦର ୪୨ ମୌଜା ଝାରକଟା ଗ୍ରାମର ବିଶିଷ୍ଟ ସମାଜସେବୀ ପ୍ରଭାତ ଖଟୁଆଙ୍କ ୬୨ ତମ ଓ ତାଙ୍କର ସହଧର୍ମିଣୀ ଦକ୍ଷ ଅଙ୍ଗନୱାଡ଼ି କର୍ମୀ ଦମୟନ୍ତୀ ଖଟୁଆଙ୍କ ୬୦ ତମ ଜନ୍ମ ଜୟନ୍ତୀରେ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛ । ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ତଥା ଭଏସ ଅଫ ମିଡିଆର ଉପଦେଷ୍ଟା ବରିଷ୍ଠ ସଂଗ୍ରହାକ ନାରାୟଣ ଚନ୍ଦ୍ର ମହାନ୍ତି ଓ ସ୍ଥାନୀୟ ବାସିନ୍ଦା ତାଙ୍କ ବାସଭବନରେ ପହଂଚି ଶୁଭେଛା ଜଣାଇବା ସହ ଏହି ଆଦର୍ଶ ଧର୍ମପ୍ରାଣ ଦଂପତିଙ୍କୁ ସମ୍ବର୍ଦ୍ଧିନା ପ୍ରଦାନ  କରିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *