ଇ – ୱେଷ୍ଟ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ରାଉରକେଲା, ୧୧/୦୨/୨୦୨୫ (ଓଡ଼ିଶା ସମାଚାର)- ଏସ.ପି.ସି.ବି. ଏବଂ ହୁଲାଡେ଼କ ର ମିଳିତ ଆନୁକୂଲ୍ୟରେ ଇ – ୱେଷ୍ଟ ପରିଚାଳନା ନେଇ ଏକ କର୍ମଶାଳା ଆଜି ସ୍ଥାନୀୟ ବ୍ରାହ୍ମଣୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏସ.ପି.ସି.ବି.ରାଉରକେଲା ଆଞ୍ଚଳିକ ଶାଖା ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ଡ଼. ଅନୁପ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ସେ ଭିତ୍ତିପ୍ରବନ୍ଧ ଉପସ୍ଥାପନା କରି ଇ – ୱେଷ୍ଟ ପରିଚାଳନା ନେଇ ରହିଥିବା ବିଭିନ୍ନ ନିୟମ ସମ୍ପର୍କ ରେ ଆଲୋକପାତ କରିଥିଲେ । ଏଣିକି ରାଉରକେଲା ରେ ଇଲେକ୍ଟ୍ରୋନିକ୍ସ ବର୍ଜ୍ୟ ବସ୍ତୁ ସମସ୍ୟା ଦୂରୀ୍ଭୁତ ପାଇଁ ପ୍ରଚଳିତ ବ୍ୟବସ୍ଥା ର ସୁଯୋଗ ନେବାକୁ ସେ ସହର ବାସୀଙ୍କୁ ନିବେଦନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଆର ଏସ ପି ର ପାଇବେଶ ବିଭାଗ ଜି.ଏମ ପି. ସି. ଦାସ, ରାଉରକେଲା ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଏଣ୍ଡଷ୍ଟ୍ରି ର ସଭାପତି ପ୍ରଭାତ ତିବ୍ରିୱାଲ,  ଲୟନ୍ସ ଇଣ୍ଟର ନେସନାଲ ର କାଉନସିଲ ସେକ୍ରେଟାରୀ ପ୍ରାବୀନ ଅଗ୍ରୱାଲ, ହୁଲାଡେ଼କ ରିସାକ୍ଲିଙ୍ଗ ପ୍ରାଇଭେଟ ଲିମିଟେଡ଼ ର ଫାଉଣ୍ଡର ତଥା ଏମଡି ନନ୍ଦନ ମଲ୍ଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହିବା ସହ ଇ – ୱେଷ୍ଟ ପରିଚାଳନା ରେ ବିଭିନ୍ନ ଶିଳ୍ପ ଓ କମ୍ପାନୀ ଭୋଗୁଥିବା ସମସ୍ୟା, ସହରବାସୀଙ୍କ ସମସ୍ୟା, ଇ – ୱେଷ୍ଟ ପରିଚାଳନା ରୁଲ 2022 ସମ୍ପର୍କ ରେ ଅତିଥି ମାନେ ଆଲୋଚନା କରିଥିଲେ ।

ହୁଲାଡେ଼କ ର ରାଉରକେଲା ରିଜିଓନାଲ ପାର୍ଟନର ଗୌତମ ଜୟସ୍ବାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଇ – ୱେଷ୍ଟ କଲେକ୍ସନ ପାଇଁ ଇ ରେକ୍ସା ପ୍ରଚଳନ ର ଶୁଭାରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଏସପିସିବି ର ଉପ ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ, ଏ ଇ ଇ ପ୍ରିତମ କୁମାର ପତି, ଏଇଏସ ପ୍ରଜ୍ଞାଜ୍ୟୋତି ସେନାପତି ଙ୍କ ସମେତ ବିଭିନ୍ନ କାରଖାନା ଓ ଖଣି ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *