ଭୁବନେଶ୍ୱର,୧୭/୧୧/୨୦୨୫ (ଓଡ଼ିଶା ସମାଚାର)- ପରଲୋକରେ ଓଡ଼ିଶାର ବିଶିଷ୍ଟ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଯାଇଛି। ହ୍ୟୁମାନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ସଙ୍ଗୀତ ଦୁନିଆରେ ଏହା ଏକ ଅପୂରଣୀୟ କ୍ଷତି ବୋଲି ସଙ୍ଗୀତପ୍ରେମୀ ମତ ଦେଇଛନ୍ତି। ସୂଚନା ଅନୁସାରେ, କିଡନୀ ଏବଂ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ହ୍ୟୁମାନ ଅସୁସ୍ଥ ଥିଲେ। କଟକର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ସ୍ଵାସ୍ଥ୍ୟ ଅଧିକ ଖରାପ ହେବାରୁ ଗତ ୧୪ ତାରିଖରେ ତାଙ୍କୁ ଭୁବନେଶ୍ଵର ଏମସରେ ଭର୍ତ୍ତି କରାଯାଇଥିଲା। ଶେଷରେ ତାଙ୍କର ପରଲୋକ ଘଟିଛି।
ବିଶିଷ୍ଟ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ପରଲୋକ
