କୁହୁଣ୍ଡା ଗାନ୍ଧୀଛକରେ ବିଜୁବାବୁଙ୍କ ଜୟନ୍ତୀ

ମାହାଙ୍ଗା,୦୬/୦୩/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା ) – କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁହୁଣ୍ଡା ପଞ୍ଚାୟତରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କଲ୍ୟାଣପୁର ଗାନ୍ଧୀଛକ ବଜାର କମିଟି ଏବଂ ବିଜୁ ଜନତାଦଳ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ସଭାରେ କୁହୁଣ୍ଡା ସମିତିସଭ୍ୟାଙ୍କ ପ୍ରତିନିଧି ତଥା କୁଣ୍ଡି ସେବା ସମବାୟ ସମିତି ସଭାପତି ଅଖିଳେଶ ମହାନ୍ତି ଅଧ୍ୟକ୍ଷତାକରି କହିଲେ  ପ୍ରବାଦପୁରୁଷ ଜନନେତା ବିଜୁବାବୁ ଥିଲେ ବଡ଼ ହୃଦୟର ମଣିଷ । ଓଡିଶାକୁ ବିକଶିତ ଏବଂ ସମୃଦ୍ଧଶାଳୀ କରିବାରେ ବିଜୁ ବାବୁଙ୍କ ଅବଦାନ ଅବିସ୍ମରଣୀୟ ବୋଲି ଶ୍ରୀ ମହାନ୍ତି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ରବୀନ୍ଦ୍ର ନାଥ ଦାସ ଯୋଗଦେଇଥିଲେ । ବିଜୁବାବୁଙ୍କୁ ଓଡ଼ିଆ ଜାତିର ଅସ୍ମିତା ବୋଲି କହିବା ସହିତ ତା’ଙ୍କ ବହୁମୁଖୀ ଜୀବନାଦର୍ଶ ଯୁବ ସମାଜପାଇଁ ପ୍ରେରଣାର ଉତ୍ସବୋଲି ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବରେ ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା ଯୋଗଦେଇ ଥିଲେ । ଶ୍ରୀ ପଣ୍ଡା ବିଜୁବାବୁଙ୍କ ଭଳି ଯୋଗଜନ୍ମା ପୁରୁଷଙ୍କ ପାଇଁ ଓଡ଼ିଆ ଜାତି ଗର୍ବିତ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସଂଖ୍ୟାଲଘୁ ନେତା ଅଫସର ତୁଲ୍ଲା ଯୋଗଦେଇ ସମାଜର ସବୁଠାରୁ ତଳ ସ୍ତରରେ ପଡିରହିଥିବା ମେହେନତି ମଣିଷ ପାଇଁ ବିଜୁବାବୁ ବହୁ ଜନକଲ୍ୟାଣ କାର୍ଯ୍ୟ କରିଥିବାରୁ ସେ ଚିର ବନ୍ଦନୀୟ ବୋଲି  କହିଥିଲେ ।

   ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର କୁମାର ପୃଷ୍ଟି, ସୁମନ୍ତ କୁମାର ପଲେଇ, ସୁଶାନ୍ତ କୁମାର ଦାସ, ପ୍ରକାଶ ବେହେରା, ପ୍ରସନ୍ନ କୁମାର ପରିଡା,ହରିହର ମହାନ୍ତି, ଗିରିଜା ପ୍ରସାଦ ମିଶ୍ର,ସୁବାସ ଚନ୍ଦ୍ର ଦାସ,ଧ୍ରୁବ ଚରଣ ଦାଶ,ଅରକ୍ଷିତ ଦାସ,ସୁଧୀର ସାହୁ, ଅମୁଲ୍ୟ ପଲେଇ,ଅବଦୁଲ ହଲିମ,ଜୟଦେବ ମହାନ୍ତି, ଅରୁଣ ବାରିକ, ତ୍ରିଲୋଚନ ସାହୁ, ବଳରାମ ସାହୁ, ପରମାନନ୍ଦ ସାହୁ, ଲଛମନ ସିହ୍ନା,ଟୁଲୁ ବେହେରା, ସୁନୀଲ ବାରିକ, ଅବଦୁଲ ହମିଦ, ମାନସ କୁମାର ବେହେରା,ପ୍ରମୁଖ ଯୋଗଦେଇ ଦିବଂଗତ ନେତାଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *