ଯାଜପୁର : ୭୮ ତମ ଜିଲା ସ୍ତରୀୟ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ।

ଯାଜପୁର,୧୬/୮/୨୦୨୪ (ଓଡ଼ିଶା ସମାଚାର)-ଭାରତ ସ୍ୱାଧୀନତା ପ୍ରାପ୍ତିର ୭୭ ବର୍ଷ ପୂର୍ତି ଆଜାଦୀକା ଅମୃତ ମହୋତ୍ସବ ଅବସରରେ ହର ଘର ତ୍ରିରଙ୍ଗା ଅଭିଯାନ ଏବଂ ୭୮ ତମ ଯାଜପୁର ଜିଲା ସ୍ତରୀୟ ସ୍ୱାଧୀନତା ଦିବସ କୁସୁମା ସମ୍ମୁଖ ପଡିଆ ଠାରେ ଆନନ୍ଦ ଉଲାସର ସହ ପାଳନ କରାଯାଇଛି । ଏହି ଉତ୍ସବରେ ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ପି. ଅନ୍ୱେଷା ରେଡ୍ଡୀ, ଆଇ.ଏ.ଏସ୍. ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୯ ଘଟିକା ସମୟରେ ଜାତୀୟ ପତାକା ଉତୋଳନ କରି ସମ୍ମିଳିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ । ଜିଲାବାସୀଙ୍କୁ ଅଭିନନ୍ଦନ ଜଣାଇ ଭାରତ ବର୍ଷକୁ ଇଂରେଜ ଶାସନ କବଳରୁ ଯେଉଁ ମହା ମନିଷୀ, ଯୋଗଜନ୍ମା ମାନେ ନିଜ ଜୀବନକୁ ଅର୍ପଣ କରିଛନ୍ତି ସେମାନେ ଆମର ଚିର ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ । ଜାତିର ଜନକ ଜାତୀୟ ପିତା ମହାତ୍ମା ଗାନ୍ଧୀ, ଖାନ୍ ଅବଦୁଲ ଗପଂର ଖାନ୍, ବୀର ସୁରେନ୍ଦ୍ର ସାଏ, ଜୟୀ ରାଜଗୁରୁ, ଖୁଦିରାମ ବସୁ, ଚାଖି ଖୁଣ୍ଟିଆ ଇତ୍ୟାଦି ଇଂରେଜ ଶାସନକୁ ବିରୋଧ କରି ଏବଂ ଅହିଂସା ଓ ଅସହଯୋଗ ଆନ୍ଦୋଳନରେ ନିଜକୁ ସାମଲ କରି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ସେମାନେ ଆମର ଚିର ସ୍ମରଣୀୟ । ଓଡିଶାର ବାଜି ରାଉତ, ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ଗଜପତି କୃଷ୍ଣ ଚନ୍ଦ୍ର ମହାରାଜା, ବିପ୍ଳବୀ ବୀର ଧରଣୀଧର ଭୂୟାଁ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱାଧୀନତା ଆନ୍ଦୋଳନରେ ତ୍ୟାଗ ମଧ୍ୟ ଚୀର ସ୍ମରଣୀୟ । ସେହିପରି ଯାଜପୁର ଜିଲାର ବରୀ କଳାମାଟିଆର ୧୯୪୨ ମସିହା ଅସହଯୋଗ ଆନ୍ଦୋଳନରେ ସ୍ୱାଧୀନତା ସଂଗ୍ରାମୀ ମାୟାଧର ଭୂୟାଁ, ସାନନ୍ଦ ସ୍ୱାଇଁ, ସାଉଁଟି ମଲି୍ଳକ ଓ ହାଡିବନ୍ଧୁ ପଣ୍ଡା ଙ୍କ ତ୍ୟାଗ ସ୍ୱାଧୀନତା ଆନ୍ଦୋଳନ ଇତିହାସରେ ଅବିସ୍ମରଣୀୟ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିବା ସହ ପ୍ରାଣ ଉତ୍ସର୍ଗ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଂଜଳ ଅର୍ପଣ କରିଥିଲେ ।
ବର୍ତମାନ ଭାରତ ସରକାରଙ୍କ ପଂସଲ ବୀମା ଯୋଜନା ସହ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନତି ମୂଳକ ଯୋଜନା କାର୍ଯ୍ୟକାରିତା ହେବାଦ୍ୱାରା ସାଧାରଣ ଜନତା ବିଭିନ୍ନ କ୍ଷେତ୍ରରେ ସ୍ୱାଧୀନତାର ସ୍ୱାଦ ପାଇପାରୁଛନ୍ତି । ଏବେ ବିଶ୍ୱ ସହ ଆମ ଦେଶବାସୀ ତାଳ ଦେଇ ବୈଜ୍ଞାନିକ କୈାଶଳରେ ବିଭିନ୍ନ ସେବା ଯଥା- କୃଷି, ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ, କ୍ରୀଡା, ରାଷ୍ଟ୍ରର ଏ÷୍ୟତିହ୍ୟ ଓ ସଂସ୍କୃତିକୁ ବଜାୟ ରଖିବା ପାଇଁ ସମସ୍ତଙ୍କ ସହଯୋଗରେ ଏକ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ଭବ ହେବାକୁ ଯାଉଛିି । ଆଜି ସ୍ୱାଧୀନତା ଦିବସ ପାଳନ ଅବସରରେ ନିଶା ମୁକ୍ତ ଭାରତ ଅଭିଯାନର ଚତୁର୍ଥ ବାର୍ଷିକ ମଧ୍ୟ ଭାରତରେ ପାଳନ କରାଯାଉଛି । ଏହି ପଦକ୍ଷେପ ଏକ ନିଶାମୁକ୍ତ ଭାରତ ସୃଷ୍ଟି କରିବାରେ ଆମ୍ଭର ସାମୁହିକ ପ୍ରତିବଦ୍ଧତାକୁ ଦର୍ଶାଏ, ଯାହାଦ୍ୱାରା ଆମର ଯୁବପିଢୀଙ୍କୁ ସୁସ୍ଥ ଏବଂ ଅଧିକ ଉତ୍ପାଦନକାରୀ ଜୀବନଯାପନ କରିବାରେ ସୁଯୋଗ ମିଳିବ । ୧୧.୧୨ କୋଟିରୁ ଅଧିକ ଲୋକଙ୍କ ନିକଟରେ ଏନ୍.ଏମ୍.ବି.ଏ. ଏକ ଜନ ଆନ୍ଦୋଳରେ ରୂପାନ୍ତରିତ ହୋଇଛିି ଯାହକି, ୩.୫୪ ଲକ୍ଷ ଯୁବକ ଏବଂ ୨୩.୫ ଲକ୍ଷ ମହିଳାଙ୍କ ସମର୍ଥନ ହାସଲ କରିଛି । ଏହି ଶୁଭ ଅବସରରେ ସମସ୍ତ ଯୁବକ ଏବଂ ଯୁବତୀ, ଯେଉଁମାନେ ଆମର ବିକଶିତ ଭାରତ ଗଠନ କରିବାରେ କ୍ଷମତା ରଖୁଛନ୍ତି ସେମାନେ ଏହି ଅଭିଯାନକୁ ଆଗେଇ ନେବା ସହ ସପଂଳ କରିବା ପାଇଁ ତୃଣମୂଳ ସ୍ତରରେ ହେଉଥିବା କାର୍ଯ୍ୟକଳାପରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ମୁଖ୍ୟ ଅତିଥି ଜଣାଇଥିଲେ ।
ରାଜ୍ୟ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବା ସହ ଜିଲା ଓ ବ୍ଳାକ ସ୍ତରରେ ଅନୁରୂପ ଭାବେ ଜନସାଧାରଣଙ୍କ ଆପତି ଅଭିଯୋଗ ଗୁଡିକୁ ଜନ ଶୁଣାଣୀ ଶିବିର ମାଧ୍ୟମରେ ସମାଧାନ କରାଯିବା କାର୍ଯ୍ୟକ୍ରମ ଚାଲୁ ରହିଅଛି । ଯାହା ଦ୍ୱାରା ଲୋକଙ୍କ ସରକାର ଲୋକଙ୍କ ସେବାରେ ନିଯୋଜିତ ହୋଇପାରୁଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଯାଜପୁର ଜିଲାର ସ୍ୱାସ୍ଥ୍ୟର ବିକାଶ ନିମନ୍ତେ ଏନ୍.ଏମ୍.ସି. ୫୦ ଜଣ ଡାକ୍ତରୀ ଛାତ୍ର ଛାତ୍ରୀଙ୍କୁ ଚଳିତ ୨୦୨୪ ଶିକ୍ଷା ବର୍ଷରେ ଡାକ୍ତରୀ ଶିକ୍ଷା ପ୍ରଦାନ ପାଇଁ ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ଯାଉଛନ୍ତି । ଆଜିର ଏହି ପବିତ୍ର ଦିବସରେ ସଂକୀର୍ଣ୍ଣତା ମନଭାବ କରି ସମୁହ ବିକାଶ ପାଇଁ ଜିଲାବାସୀ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।
ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଓଡିଆ ବକ୍ତୃତା, ଦେଶାତ୍ମବୋଧ ସଂଗୀତ, ଇଂରାଜୀ ବକ୍ତୃତା, ଚିତ୍ରାଙ୍କନ ଓ କ୍ୱିଜ୍ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ସହ ଗୋଟିଏ ଗୋଟିଏ ପଂଳ ଚାରା ବଣ୍ଟନ କରିଥିଲେ ଓ ପୂର୍ବରୁ ଅନୁଷ୍ଠିତ ଉତ୍କଳ ବାଳାଶ୍ରମ, ଆମ ଘର, ସୁକିନ୍ଦା, ଅନ୍ନପୂର୍ଣ୍ଣା ଚାଇଲଡ କେୟାର, ଦାନଗଦୀ ନେସନ, ବୁଢାକେନ୍ଦୁଆ, ବଡଚଣା ଏବଂ ଜିଲାରେ ଥିବା ଦିବ୍ୟାଙ୍ଗ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ମୁଖ୍ୟ ଅତିଥି ପୁରସ୍କାର ସହ ଗୋଟିଏ ଗୋଟିଏ ପଂଳ ଚାରା ବଣ୍ଟନ କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା- ଏସ୍.ବି.ଡି. ଇଣ୍ଟରନ୍ୟାସନାଲ ସ୍କୁଲ, ଯାଜପୁର, ଡି.ଏ.ଭି. ପବ୍ଳିକ ସ୍କୁଲ, ଯାଜପୁର ଜିଲା ସ୍କୁଲ, ବିଦ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଯାଜପୁର ଓ ଶୋଭନୀୟ ଶିକ୍ଷାଶ୍ରମ, ଉଦୟଗିରି ଛାତ୍ର ଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧ ସଂଗୀତ ସମ୍ୱଳିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମୋଟ ୪୮ ଗୋଟି ପ୍ୟାରେଡ୍ ଟ୍ରୁପ୍ ମଧ୍ୟରେ ଏକ ଗୋଟି ପୋଲିସ ସଶସ୍ତ୍ର ବାହିନୀ, ୧୨ ଗୋଟି ଏନ୍.ସି.ସି. ଟ୍ରୁପ୍, ୬ ଗୋଟି ମହାବିଦ୍ୟାଳୟ ଟ୍ରୁପ୍, ୧୬ ଗୋଟି ଉଚ୍ଚ ବିଦ୍ୟାଳୟ ଟ୍ରୁପ୍ ଓ ୧୩ ଗୋଟି ମାଧ୍ୟମିକ ସ୍ତରୀୟ ଟ୍ରୁପ୍ ପ୍ୟାରେଡ୍ରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ପ୍ୟାରେଡ୍କୁ ପ୍ୟାରେଡ୍ କମାଣ୍ଡର ପୋଲିସ ରିଜର୍ଭ ଇନିସ୍ପେକ୍ଟର ଶ୍ରୀ ଦୀନେଶ କୁମାର ସାହୁ, ସେକେଣ୍ଡ ଇନ୍ କମାଣ୍ଡର ଶ୍ରୀ ଭାଗୀରଥି ବେହେରା ଓ ବ୍ୟାଣ୍ଡ ହାବିଲଦାର ପ୍ୟାରେଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଜିଲାରେ ୨୦୨୪ ମସିହା ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର (୬୦୦ ରୁ ୫୬୫) ରଖିଥିବା ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଲେଙ୍କାଙ୍କୁ ଖଗେଶ୍ୱର ସାମଲ ସ୍ମାରକୀ ଟ୍ରପିଂ ଓ ଟ. ୫୦୦୦/-, ଉର୍ମିଳା ସାହୁ ସ୍ମାରକୀ ମାନପତ୍ର ଓ ଟ. ୨୫୦୦/-, ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ଶୁଭଶ୍ରୀ ନନ୍ଦ ସ୍ମାରକୀ ମାନପତ୍ର ଓ ଟ.୧୫୦୦/- ଆର୍ଥିକ ପ୍ରୋତ୍ସାହନ ରାଶି, ଜିଲାର ଜଣେ କର୍ତବ୍ୟରତ ଶ୍ରେଷ୍ଠ ଡାକ୍ତର ସୁଜିତ ମନୋହର ସ୍ୱାଇଁ ଙ୍କୁ ଆକୁଳି ଚରଣ ମେକାପ୍ ଟ୍ରପିଂ, ଜିଲାର ଜଣେ ଶ୍ରେଷ୍ଠ କ୍ରୀଡାବିତ ସୋନାଲି ଅସୀମା ସୁତାର ଙ୍କୁ ମିନି ବସ୍ ସଂଘ ତରପଂରୁ ଟ୍ରପିଂ, ମା’ ବିରଜା ସମ୍ମାନ ଶ୍ରୀ ଶଶି ଭୂଷଣ ମିଶଙ୍କୁ ମା’ ଟିଭି ସଂପାଦକ, ଅର୍ପଣ କୁମାର ରାଉତରାୟଙ୍କ ଦ୍ୱାରା ପ୍ରଦାନ କରିଥିଲେ । ମାଧ୍ୟମିକ ସ୍ତରୀୟ ପ୍ୟାରେଡ୍ରେ ଆପେକ୍ସ ଇଂଲିଶ ମିଡିୟମ ସ୍କୁଲ (ବାଳିକା ବର୍ଗ ସିଭିଲ) ପ୍ରଥମ, ଗରିଆପୁର ୟୁ.ଜି.ଏମ୍.ଇ. ସ୍କୁଲ (ବାଳିକା ବର୍ଗ) ସିଭିଲ ଦ୍ୱିତୀୟ, ମହାବୀର ଗୁରୁକୁଳ ଶିକ୍ଷାଶ୍ରମ (ବାଳକ ଓ ବାଳିକା) ବର୍ଗ ତୃତୀୟ, ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ୟାରେଡରେ ଏସ୍.ବି.ଡି. ଇଣ୍ଟରନ୍ୟାସନାଲ ସ୍କୁଲ (ବାଳିକା ବର୍ଗ) ପ୍ରଥମ ଙ୍କୁ ବିଦ୍ୱାନ ଆବାସିକ ମହାବିଦ୍ୟାଳୟ ପ୍ରଦତ ଟ୍ରପିଂ, ଡି.ଏ.ଭି. ପବ୍ଳିକ ସ୍କୁଲ (ବାଳକ ବର୍ଗ) ଦ୍ୱିତୀୟ, ଅମିତ ଇଂଲିଶ ମିଡିୟମ ସ୍କୁଲ (ସିନିୟର ସିଭିଲ) ତୃତୀୟ, ମହାବିଦ୍ୟାଳୟ ସ୍ତରୀୟ ପ୍ୟାରେଡରେ ବିଦ୍ୟା ଊଚ୍ଚ ମାଧ୍ୟମିକ ବିଦ୍ୟାଳୟ (ବାଳକ ବର୍ଗ) ପ୍ରଥମ, ଜବାହର ନବୋଦୟ ବିଦ୍ୟାଳୟ (ବାଳକ ବର୍ଗ) ଦ୍ୱିତୀୟ, ଚିତାଳୋ ମହାବିଦ୍ୟାଳୟ (ବାଳକ ବର୍ଗ) ତୃତୀୟ ଓ ବୈଷ୍ଣବ ଦତ ଜେ.ଆର.ସି.(ବାଳକ ବର୍ଗ) ଶ୍ରେଷ୍ଠ ଏନ୍.ସି.ସି. ଦଳଙ୍କୁ ପ୍ରାଣକୃ÷ଷ୍ଣ କର ମେମୋରିଆଲ ଟ୍ରପିଂ ମୁଖ୍ୟ ଅତିଥି ପୁରସ୍କାର ସହ ଗୋଟିଏ ଗୋଟିଏ ପଂଳ ଚାରା ବଣ୍ଟନ କରିଥିଲେ । ପରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜିଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ପଂଳ, ଜେଲ୍ ର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ, ବାଳାଶ୍ରମର ଛାତ୍ର ଚାତ୍ରୀ ମାନଙ୍କୁ ମିଷ୍ଟାନ୍ନ ଏବଂ କୁଷ୍ଠାଶ୍ରମର ଅନ୍ତେବାସୀ ମାନଙ୍କୁ ଛତା ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ପରେ ପରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ, ଯାଜପୁର ଠାରେ ଜିଲା ସଂସ୍କୃତି ବିଭାଗ ତରପଂରୁ ହର ଘର ତ୍ରିରଙ୍ଗା ସଂଗୀତ କାର୍ଯ୍ୟକ୍ରମ ମା ଯଶୋଦା କଳା ପରିଷଦ, ମଙ୍ଗଳପୁର ଦ୍ୱାରା ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ଗାନ୍ଧି ଛକ ଠାରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତି ଓ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ମୁଖ୍ୟ ଅତିଥି ମାଲ୍ୟାର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷା ନଳିନୀ ପ୍ରଭା ଜେନା, ଜିଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବରାଳ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ(ରାଜସ୍ୱ) ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲାପାଳ (ପ୍ରଶାସନ) ଶ୍ରୀ ନବକ୍ରିଷ୍ଣ ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକରୀ ଶ୍ରୀ ଅଶୋକ କୁମାର ବେହୁରିଆ, ଯାଜପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଂଜୁଲତା ହୋତା, ଜିଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରା, ନିର୍ବାହୀ ଅଧିକାରୀ, ପୌର ପରିଷଦ, ଯାଜପୁର ଶ୍ରୀ ଆଲୋକ କୁମାର ମହାନ୍ତି, ମଣ୍ଡଳ ଉନ୍ନୟନ ଅଧିକାରୀ, ଯାଜପୁର ଶ୍ରୀ ସ୍ୱାଗତ ଦାସ, ବୁଦ୍ଧିଜୀବି, ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲାପାଳଙ୍କ ମୁଖ୍ୟ କାର୍ଯ୍ୟାଳୟ ଠାରେ ଜିଲାପାଳ ପତାକା ଉତୋଳନ କରିଥିଲେ । ପ୍ରତୁ୍ୟଷରୁ ସୂଚନା ଓ ଲୋକ ସଂପର୍କ ବିଭାଗ ତରପଂରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସହର ମଧ୍ୟରେ ରାମଧୂନ୍ ପରିବେଷଣ କରାଯାଇଥିଲା । ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ଓ ବିଭାଗୀୟ ସମସ୍ତ କର୍ମଚାରୀ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *