କଟକ ସଦର,୧୮/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ପ୍ରଶାସନରେ କାର୍ଯ୍ୟରତ ୧୦୬ ଜଣ କିରାଣୀ ଙ୍କ ବଦଳି ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ କିଶନନଗର ତହସିଲ ର ସର୍ବାଧିକ ୧୦ ଜଣଙ୍କର ଏକକାଳୀନ ଵଦଳି ହୋଇଥିବା ଜଣାପଡିଛି।
ଏଥିରେ ୩ ଜଣ ଆର୍ ଆଇ ଓ ଏ ଆର୍ ଆଇ,୨ ଜଣ ଅମିନ, ୨ ଜଣ କିରାଣୀ ରହିଥିବା ବେଳେ ଶେଷ ନିର୍ଦ୍ଦେଶନାମା ରେ ୩ ଜଣ ଡାଟା ଏଣ୍ଟ୍ରି ଅପରେଟର ଥିବା ଜଣାପଡିଛି। ଏଥିରୁ କିଛି କର୍ମଚାରୀ ଦୀର୍ଘ ବର୍ଷ ହେଲା ବିଭିନ୍ନ ବିଭାଗରେ ରହି କାର୍ଯ୍ୟ କରି ଆସୁଥିଲେ। ଗାଦି ମାଡ଼ି ବସିଥିବାରୁ କିଛି କର୍ମଚାରୀ ଙ୍କ ନାଁ ରେ ଜିଲ୍ଲାପାଳ ଙ୍କ ନିକଟରେ ବିଭିନ୍ନ ଅଭିଯୋଗ ହୋଇ ଆସୁଥିଲା।
ଶେଷରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ସମସ୍ତ ଙ୍କ ତାଲିକା ପ୍ରସ୍ତୁତ କରି ଏପଟ ସେପଟ କରିଛନ୍ତି। ହେଲେ ଏହି ଵଦଳି ରେ ତହସିଲ ର ଜଣେ ଦୁଇଜଣ ନିର୍ଵିଵାଦୀୟ କର୍ମଚାରୀ ଙ୍କ ଵଦଳି ହୋଇଥିବା ରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏମାନଙ୍କୁ ରିଲଭ୍ କରିବାକୁ କୁହାଯାଇଥିବା ବେଳେ ଯଦି ନହୁଏ ତେବେ ଆସନ୍ତା ୩୦ ତାରିଖ ରେ ସମସ୍ତ ଙ୍କୁ ବାଧ୍ୟତାମୂଳକ ରିଲିଭ୍ କରାଯିବ ବୋଲି ନିର୍ଦେଶନାମା ରୁ ଜଣାପଡିଛି।
