ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ପ୍ରେସ୍ ଦିବସ ପାଳିତ

                                     ‘ଗଣତନ୍ତ୍ରକୁ ସୁଦୃଢ କରିବାରେ ଗଣମାଧ୍ୟମ ଶକ୍ତିଶାଳୀ ଭୂମିକା ଗ୍ରହଣ କରୁ

                  ପ୍ରମୋଦ ମହାପାତ୍ରଙ୍କୁ ‘ଉତ୍କଳ ସାମ୍ବାଦିକ ରନ୍ ସମ୍ମାନ’, ୩୫ଜଣ ସାମ୍ବାଦିକଙ୍କୁ ପେନ୍ସନ ଓ ୮ଜଣଙ୍କୁ ସ୍ମାରକୀ ସମ୍ମାନ

ଭୁବନେଶ୍ୱର,୧୬/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସମାଜର ତଳସ୍ତରରେ ଥିବା ଗରିବ ଓ ଅବହେଳିତ ମଣିଷର ସମସ୍ୟାଗୁଡ଼ିକୁ ଲୋକଲୋଚନକୁ ଆଣିବା ଦିଗରେ ଗଣମାଧ୍ୟମ ଶକ୍ତିଶାଳୀ ଭୂମିକା ଗ୍ରହଣ କରିବା ଉଚିତ୍ । ଅନ୍ୟାୟ, ଅନୀତି ବିରୁଦ୍ଧରେ ସେମାନେ ସତ୍ୟ ଓ ନିର୍ବାକ ଭାବେ ଲେଖନୀ ଚାଳନା କଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ବୋଲି ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।

ରବିବାର ସ୍ଥାନୀୟ ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଅଧିନରେ ରାଜ୍ୟରେ ଥିବା ଦୂରଦର୍ଶନ କେନ୍ଦ୍ର, ଆକାଶବାଣୀ, ପ୍ଲେସ୍ ଇନଫରମେସନ ବ୍ୟୁରୋ (ପିଆଇବି), ସେଣ୍ଟ୍ରାଲ ବ୍ୟୁରୋ ଅଫ କମ୍ୟୁନିକେଶନ (ସିବିସି) ଏବଂ ଏକାଡ଼େମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି (ଅମିତ୍)ର ମିଳିତ ସହଯୋଗରେ ‘ଜାତୀୟ ପ୍ରେସ୍ ଦିବସ-୨୦୨୫’ ପାଳନ କରାଯାଇଥିଲା । ଏହି ଉତ୍ସବରେ ରାଜ୍ୟ ମାବାଧିକାର କମିଶନର ଅଧ୍ୟକ୍ଷ ଜଷ୍ଟିସ ଶତୃଘ୍ନ ପୂଜାରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ କହିଲେ ଯେ, ଗଣମାଧ୍ୟମକୁ ସରକାର ମଧ୍ୟ ବିଭିନ୍ନ ସମୟରେ ଡରି ପୁରା ପୃଷ୍ଠା ବିଜ୍ଞାପନ ଦିଅନ୍ତି, କିନ୍ତୁ ପ୍ରକୃତ ସତ୍ୟ ହେଲା ସମ୍ବିଧାନର ଧାରା ୧୯(କ) ଅନୁଯାୟୀ ବ୍ୟକ୍ତି ସ୍ୱାଧୀନତା ଏବଂ ସୂଚନା ଅଧିକାରକୁ କେହି ସହନ୍ତି ନାହିଁ । ବର୍ତ୍ତମାନ ସମୟରେ ସକାରାତ୍ମକ ସମ୍ବାଦକୁ କେହି ପଢ଼ନ୍ତି ନାହିଁ, ବରଂ ନକାରାମ୍ବକ ଏବଂ ସମ୍ବେଦନଶୀଳ ଖବରକୁ ସମସ୍ତେ ଖୋଜି ବୁଲନ୍ତି । ଅନ୍ୟପକ୍ଷରେ ଗଣମାଧ୍ୟମର ସ୍ବାଧୀନତା ପାଇଁ ଗଣମାଧ୍ୟମର ମାଲିକମାନେ ସୁପ୍ରିମକୋର୍ଟ ପର୍ୟ୍ୟନ୍ତ ଯାଇଥାନ୍ତି । କିନ୍ତୁ ସାମ୍ବାଦିକମାନଙ୍କ ପାଇଁ କେହି କେବେ ସୁପ୍ରିମକୋର୍ଟ ଯାଇନାହାଁନ୍ତି । ତେଣୁ ନିଜର ସମସ୍ୟାକୁ ନେଇ ସାମ୍ମାଦିକମାନେ ସଂଗଠିତ ହେବା ଆବଶ୍ୟକ ବୋଲି ଜଷ୍ଟିସ ପୂଜାରୀ କହିଛନ୍ତି ।

ଉଦ୍‌ଘାଟକ ଭାବେ ଯୋଗଦେଇ ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି ଯେ, ୨୦୩୬ରେ ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ଭିଜନ ଡକ୍ୟୁମେଣ୍ଟ ଏବଂ ସ୍ୱାଧୀନତାର ୧୦୦ ବର୍ଷରେ ୨୦୪୭ରେ ଭିଜନ ଡକ୍ୟୁମେଣ୍ଟ ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି । ଏଥିରେ ରାଜ୍ୟକୁ ଅଗ୍ରଣୀ କରିବା କ୍ଷେତ୍ରରେ ଅର୍ଥନୈତିକ ପ୍ରଗତିକୁ ଦୃଷ୍ଟିରେ ରଖାଯାଇଛି । ସ୍ବାସ୍ଥ୍ୟସେବା, ସମାନୁପାତିକ ପ୍ରଗତି ଭଳି ପ୍ରସଙ୍ଗଗୁଡ଼ିକୁ ସାମ୍ବାଦିକମାନେ ଲୋକଙ୍କ ପାଖରେ ତୃଣମୂଳସ୍ତର ପର୍ୟ୍ୟନ୍ତ ପହ‌ଞ୍ଚାଇ ପାରିଲେ ଭିଜନ ଡକ୍ୟୁମେଣ୍ଟ ର ଲକ୍ଷ ପୂରଣ ହୋଇପାରିବ ବୋଲି କହିଥିଲେ ।

ଲାଜ୍ୟ ଆଜନ କମିଶନର ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ କହିଲେ ଯେ, ୨୫ ବର୍ଷ ଧରି ସମ୍ବାଦପତ୍ରର ଓକିଲ ଭାବେ କାର୍ୟ୍ୟ କରି ସାମ୍ବାଦିକମାନଙ୍କର ଅନେକ ସସସ୍ୟା ସମ୍ପର୍କରେ ଅବଗତ ଅଛନ୍ତି । ସମ୍ବାଦପତ୍ର ଶୀତତାପ ନିୟନ୍ତ୍ରିତ କକ୍ଷରୁ ବାହାରି, ସ୍କୁଲ, କଲେଜ, ବସଷ୍ଟାଣ୍ଡ, ଡାକ୍ତରଖାନା ଆଦିକୁ ଯାଇ ସେଠାରେ ଥିବା ସାଧାରଣ ଲୋକଙ୍କର ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବା ଆବଶ୍ୟକ । ଏ ଦିଗରେ ସବୁବର୍ଗର ଲୋକଙ୍କର ସ୍ୱାର୍ଥରକ୍ଷା ଦିଗରେ ସରକାର କାର୍ୟ୍ୟ କରୁଥିବା ସ୍ଥଳେ ସମ୍ବାଦପତ୍ର ଗୁଡ଼ିକ କାହାରି ଚରିତ୍ର ସଂହାର ନକରି କେବଳ ଖବର ପ୍ରକାଶ କରିବା ଉଚିତ ବୋଲି ମତ ଦେଇଥିଲେ ।

ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସହିତ ହେମନ୍ତ ଶର୍ମା ସମ୍ମାନିତ ଅତିଥି ରୂପେ ଯୋଗଦେଇ କହିଥିଲେ ଯେ, ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ଦିଆଯାଇଥୁବା ବିଭିନ୍ନ ପସ୍ତାବ ଗୁଡ଼ିକୁ ସହାନୁଭୂତିର ସହ ସରକାର ବିଚାର କରିବେ । ଇତି ମଧ୍ୟରେ ସରକାର ମଧ୍ୟ ବର୍ଷକୁ ୧୦ କୋଟି ଟଙ୍କାର ରାଜ୍ୟର ୮୦୦୦ ସାମ୍ବାଦିକମାନ‌ଙ୍କ ବାବଦରେ ସ୍ୱାସ୍ଥ୍ୟବୀମା ପ୍ରିମିୟମ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ । ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସଚେତନ ଅଛନ୍ତି । ଏ ଦିଗରେ ସହାନୁଭୂତି ପୂର୍ବକ ବିଗର କରିବେ ବୋଲି କହିଥିଲେ ।

ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ଉପାଧ୍ୟକ୍ଷ ଦୀପକ ମାଲବ୍ୟ କହିଥିଲେ ଯେ, ବର୍ତ୍ତମାନ ସମ୍ବାଦପତ୍ର ଛପାଯାଇ ବିକ୍ରି କରାଯାଇ ନାହିଁ ବରଂ ଅଧôକାଂଶ ସମ୍ବାଦପତ୍ର ବିକ୍ରି ହୋଇଯିବା ପରେ ସମ୍ବାଦ ଛାପୁଛନ୍ତି । ଲୋକେ କଣ ଚାହୁଁଛନ୍ତି ସମ୍ବାଦପତ୍ରଗୁଡ଼ିକ ଜାଣିବା ଜଚିତ୍ । ନ୍ୟାୟପାଳିକା ଓ ସମ୍ବାଦପତ୍ର ନିଷ୍ଠାପର ଭାବେ କାର୍ୟ୍ୟ କରିଲେ ଲୋକଙ୍କର ସମସ୍ତ ଅଭାବ ଅସୁବିଧା ଦୂର ହୋଇପାରିବ ବୋଲି କହିଥିଲେ । ପୂର୍ବରୁ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ରାଜ୍ୟ ସଭାପତି ପ୍ରଦୋଷ ପଟ୍ଟନାୟକ ଅତିଥି ପରିଚୟ ଦେବା ପ୍ରସଙ୍ଗରେ କଲ୍ୟାଣ ବୋର୍ଡ଼ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ର ବିବରଣୀ ପାଠ ମାଧ୍ୟମରେ ସାମ୍ବାଦିକମାନଙ୍କର ବିଭିନ୍ନ ଅସୁବିଧାକୁ ସରକାରଙ୍କୁ ଦୃଷ୍ଟିକୁ ଆଣିଥିଲେ । ଶେଷରେ କଲ୍ୟାଣ ବୋର୍ଡ଼ର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ଦୈନିକ ସମ୍ବାଦପତ୍ର ‘ସମାଜ’ର ପୂର୍ବତନ ସମ୍ପାଦକ ପ୍ରମୋଦ କୁମାର ମହାପାତ୍ରଙ୍କୁ “ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ- ୨୦ ୨୫’ ପ୍ରଦାନ କରାଯାଇଥିଲା । ଏଥିସହିତ ରାଜ୍ୟର ୩୫ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ କରାଯିବା ସହିତ ୮ଜଣ ବରିଷ୍ଠ ସାମ୍ବାଦିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ ସ୍ଵୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନମ୍ବର ରଖିଥିକବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସ୍ମାରକୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ରାଜ୍ୟ ବାହାରର ଆନ୍ଧ୍ରପ୍ରଦେଶ, କାଳିଗିଶିବ, କୋଲକତାର ତନୟ ସରକାର, ତେଲେଙ୍ଗାନାର ପୁତ୍ରଲା ନାଗେଶ୍ବର ରାଓ, ଝାଡ଼ଖଣ୍ଡର କାର୍ତିକ କୁମାର ପରିଚ୍ଛା ଏବଂ ବିରଞ୍ଜିତ୍ ସିଂ, ଛତିଶଗଡ଼, କର୍ଣାଟକ, ଦିଲ ଦେଇ ଭିଖାଇ ଭୋୟା ଓ ମୁମ୍ବାଇର ମିର୍ଜା ମହମ୍ମଦ ଇମ୍ରାନ ଅବଦୂତ ରୂଫଙ୍କୁ ବିଭିନ୍ନ ସମ୍ବାଦପତ୍ରର ୭ଜଣ ସମ୍ପାଦକଙ୍କୁ “ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଖଣି ନିଗମ (ଓଏମସି)ର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ସମ୍ବିତ କୁମାର ସେଠାଙ୍କୁ କର୍ପୋରେଟ କମ୍ୟୁନିକେସନ ଆଣ୍ଡ ପବ୍ଲିକ ରିଲେସନ୍ ସମ୍ମାନ- ୨୦ ୨୫ରେ ସମ୍ମାନିତ କରାଯାଇଥିଲା ।

୨୦୨୪ ମସିହାରେ ସମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନମ୍ବର ରଖିଥିବା ଉତ୍କଳ ବିଶ୍ଵବିଦ୍ୟାଳୟ ବାଣିବିହାର ଭୁବନେଶ୍ଵର ଖୋର୍ଦ୍ଧାଜିଲ୍ଲା ବାଲୁଗାଁସ୍ଥିତ ବେଳପଡା ରୋଡ଼ର ଛାତ୍ରୀ ଆରତୀ ଲେଙ୍କାଙ୍କୁ ‘ରବି ନାରାୟଣ ମହାନ୍ତି ସ୍ମାରକୀ ସମ୍ମାନ-୨୦୨୫”, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ତଥା ଭୁବନେଶ୍ଵରର ସୁନ୍ଦରପଦାସ୍ଥିତ କଲ୍ୟାଣ ପ୍ଲାଜା ଆପାର୍ଟମେଣ୍ଟ ୨ର ଛାତ୍ରୀ କୁମାରୀ ପ୍ରତିଭା ବିଶ୍ୱାଳଙ୍କୁ ଞ୍ଚପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ-୨୦୨୫, ରେଭେନ୍ସା ବିଶ୍ଵବିଦ୍ୟାଳୟ କଟକର ପୁରୁଣା ଭୁବନେଶ୍ୱରସ୍ଥିତ ସାମନ୍ତରାପୁରର ଛାତ୍ରୀ ସୋନାଲି ପାଣିଗ୍ରାହାଙ୍କୁ ରାମହରି ମିଶ୍ର ସ୍ମାରକୀ ସମ୍ମାନ-୨୦୨୫’, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭଞ୍ଜବିହାର ବ୍ରହ୍ମପୁରସ୍ଥିତ ଜୟପ୍ରକାଶ ନଗରର ଛାତ୍ରୀ ସୁସ୍ମି ମିଶ୍ରଙ୍କୁ ‘ବରେନ୍ଦ୍ର କୃଷ୍ଣ ଧଳ ସ୍ମାରକୀ ସମ୍ମାନ-୨୦୨୫’, ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏସ୍ଏସ୍)ର ଓଡ଼ିଆ ସାମ୍ବାଦିକତା ଛାତ୍ରୀ କୁମାରୀ ଦେବଲିନ ବେହେରାଙ୍କୁ ‘ଦିଲ୍ଲୀପ ଶତପଥୀ ସ୍ମାରକୀ ସମ୍ମାନ-୨୦୨୫ପ୍ସ, ବିଜେବି ସୂୟଂଶାସିତ ମହାବିଦ୍ୟାଳୟ ଭୁବନେଶ୍ବରର ଛାତ୍ର ଦେବୀପ୍ରସାଦ ନାୟକଙ୍କୁ ‘ଅରିନ୍ଦମ ଦାଶ ସ୍ମାରକୀ ସମ୍ମାନ-୨୦୨୫ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵରର ସମ୍ବାଦ ସ୍କୁଲ ଅଫ୍ ମିଡ଼ିଆ ଆଣ୍ଡ କଲ୍ଚର, ଭୁବନେଶ୍ଵରର ଛାତ୍ର ସୁଶାନ୍ତ କୁମାର ମହାପାତ୍ରଙ୍କୁ ‘ଗୋପାଳ ମିଶ୍ର ସ୍ମାରକୀ ସମ୍ମାନ-୨୦୨୫’ ଏବଂ ଫକୀର ମୋହନ ବିଶ୍ଵବିଦ୍ୟାଳୟ ବାଲେଶ୍ବରର ଛାତ୍ର ରାମଚନ୍ଦ୍ର କାମିଳାଙ୍କୁ “ଅରୁଣ ପଣ୍ଡା ସ୍ମାରକୀ ସମ୍ମାନ ୨୦୨୫’ ପ୍ରଦାନ କରାଯାଇଥିଲା ।

ମଧ୍ୟାହ୍ନ ଅଧିବେଶନରେ “କ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପେକ୍ଷିରେ ଗଣମାଧ୍ୟମର ବିଶ୍ୱାସନୀୟତା ସଂରକ୍ଷଣ’ ଶୀର୍ଷକ ଆଲୋଚନାଚକ୍ରରେ ପୂର୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ନୈତିକତା ଭିତିକ ସାମ୍ବାଦିକତା କରୁଥିବା ବ୍ୟକ୍ତିମାନେ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ରହିଥିବା ଦେଖାଯାଇଛି । ତେବେ ଯାହାବି ହେଉ ନିଷ୍ପେସିତ ଲୋକର ସ୍ୱର ପ୍ରଶାସନର କାନରେ ପକାଇବା ଏବଂ ସରକାରଙ୍କ ନିଦ ଭାଙ୍ଗିବା ପାଇଁ ସାମ୍ବାଦିକମାନେ ଉଦ୍ୟମ ଜାରି ରଖିବା ଉଚିତ ବୋଲି କହିଥିଲେ ।

ଭୁବନେଶ୍ଵର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଥିଲେ ଯେ, ସତ, ସ୍ୱଚ୍ଛ ଓ ନିରପେକ୍ଷ ସାମ୍ବାଦିକତା ଜୀବନରେ ସବୁଠାରୁ ବଡ଼ ସଫଳତା ବୋଲି କହିଥିଲେ । ସାମ୍ବାଦିକ ବାଧ୍ୟବାଧକତାରେ ନହୋଇ ନିଜ ଇଚ୍ଛାରେ ହେବା ଆବଶ୍ୟକ ବୋଲି ମତ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ ବ‌ହିଥିଲେ ଯେ, ବିଶ୍ଵର ଉନ୍ନୟନମୂଳକ କାର୍ୟ୍ୟରେ ଗଣମାଧ୍ୟମର ଭୂମିକା ରହିଛି ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଲେ ଯେ, ସଚୋଟ ସାମ୍ବାଦିକ ନିଜେ ବିଭିନ୍ନ ଅଭାବ ଅସୁବିଧାରେ ରହିଥିଲେ ମଧ୍ୟ ସମାଜକୁ ସଚେତନ କରେ । ଗଣମାଧ୍ୟମ ଦୂର୍ବଳ ହେଲେ ହଠାତ ଫଳ ନମିଳି ଦୀର୍ଘଦିନ ପରେ ଏହାର କୁଫଳ ମିଳୁଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ଯାଜପୁର ସାଂସଦ ରବୀନ୍ଦ୍ର ବେହେରା କହିଲେ ଯେ, ଗଣମାଧ୍ୟମ ପ୍ରଗତିର ଇତିହାସ ଓ କ୍ରମବିକାଶ ବର୍ଣନା କରି ବର୍ତ୍ତମାନର ସାମାଜିକ ଗଣମାଧମ ବିଶ୍ଵାସଯୋଗ୍ୟ ନୁହେଁ ବୋଲି କହିଥିଲେ ।

ଉତ୍କଳ ସାମ୍ବାଦିକ ସଂଘର ବିଭୂତି ଭୂଷଣ କର, ଦୂରଦର୍ଶନ ଓ ଆକାଶବାଣୀର ବାର୍ତାବିଭାଗ ପୂର୍ବତନ ଉପନିର୍ଦ୍ଦେଶକ ସୁଧାଂଶୁ ଶେଖର ଧଡ଼ା, ଉତ୍କଳ ମେଲ୍ ର ସମ୍ପାଦକ ପିତବାସ ମିଶ୍ର, ବରିଷ୍ଠ ସାମ୍ବାଦିକ ରମେଶ ଚନ୍ଦ୍ର ମହାନ୍ତି, ଅମିତ କଲେଜର ନିର୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି ପ୍ରମୁଖ କଲ୍ୟାଣ ବୋର୍ଡର କାର୍ୟ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ସୁଧାଂଶୁ ଶେଖର ମହାନ୍ତି, ପ୍ରଭାସ ରଞ୍ଜନ ଦାସ, ବିଶ୍ଵରଞ୍ଜନ ସାହୁ, ଗୌରଚନ୍ଦ୍ର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *