ସ୍ପେଶାଲ୍ ଓଟିଇଟି ଫଳ ପ୍ରକାଶିତ

ଭୁବନେଶ୍ୱର/କଟକ,୧୬/୧୧/୨୦୨୫(ଓଡ଼ିଶା ସମାଚାର)- ସ୍ପେଶାଲ ଓଟିଇଟି- ୨୦୨୫ର ଫଳାଫଳ ଶନିବାର ପ୍ରକାଶ ପାଇଛି । ପେପର- ୧ରେ ୪୭.୧୭% ପାସ୍ କରିଥିବା ବେଳେ ପେପର-୨ରେ ୭୮.୩୫% ପାସ  କରିଛନ୍ତି  ।ଏହାକୁ ଦେବା ପାଇଁ ମୋଟ  ୭୫ ହଜାର ୪୦୩ ଜଣ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨୯ ହଜାର ୪ ଜଣ ପେପର- ୧ ଦେବା ପାଇଁ ଫର୍ମ ପୂରଣ କରିଥିବା ବେଳେ ୨୭ ହଜାର ୫୩୩ ଜଣ ପରୀକ୍ଷା ଦେଇଥିଲେ । ସେହି ୨୭ ହଜାର ୫୩୩ ଜଣଙ୍କ ମଧ୍ୟରୁ ୧୨ ହଜାର ୯୮୮ ଜଣ କୃତକାର୍ଯ୍ୟ ହୋଇଛନ୍ତି ।

ଅର୍ଥାତ୍ ପେପର-୧ରେ ପାସ୍ ହାର ୪୭.୧୭% ରହିଛି । ସେହିଭଳି ପେପର-୨ ଦେବା ପାଇଁ ୪୬ ହଜାର ୩୯୯ ଜଣ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୪୪ ହଜାର ୮୮୦ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୫ ହଜାର ୧୬୫ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଅର୍ଥାତ୍ ପେପର-୨ରେ ପାସ୍ ହାର ୭୮.୩୫% ରହିଛି । ପେପର-୧ ଓ ପେପର-୨ ପରୀକ୍ଷା ଦେବା ପାଇଁ ମୋଟ୍ ୭୫ହଜାର ୪୦୩ଜଣ ଫର୍ମ ପୂରଣ କରିଥିବା ବେଳେ ପରୀକ୍ଷା ଦେଇଥିଲେ ୭୨ ହଜାର ୪୧୩ ଜଣ । ସେମାନଙ୍କ ମଧ୍ୟରୁ ୪୮ହଜାର ୧୫୩ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପାସ୍ ହାର ୬୬.୫୦% ରହିଛି । ସ୍ପେଶାଲ ଓଟିଇଟି- ୨୦୨୫ର ଫଳାଫଳ www.bseodisha.ac.inରେ ଉପଲବ୍ଧ ଅଛି । କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀମାନେ ଆବଶ୍ୟକ ଫି’ ଦେଇ ବୋର୍ଡ ୱେବ୍ ସାଇଟ୍ ରୁ ସେମାନଙ୍କର ଡିଜିଟାଇଜ୍ଡ ସାର୍ଟିଫିକେଟ୍ ଡାଉନ୍ଲୋଡ୍ କରିପାରିବେ ।

Leave a Reply

Your email address will not be published. Required fields are marked *