ଜୁନାଗଡ଼ ,୨୯/୧୧/୨୦୨୪ (ଓଡ଼ିଶା ସମାଚାର ରାକେଶ ବେମାଲ ) ଜୁନାଗଡ଼ ସ୍ଥିତ ସରକାରୀ ହାଇସ୍କୁଲରେ ସମ୍ଵିଧାନ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ନେପାଲ ଚନ୍ଦ୍ର ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଦୁର୍ଗା ପ୍ରସାଦ ନାଏକ ମୂଖ୍ୟ ଅତିଥି ରୂପେ ଯୋଗଦେଇ ସମ୍ଵିଧାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜଣାଶୁଣା ଆଇନଜୀବୀ ତଥା ନୋଟାରି ବିଶ୍ୱନାଥ କର, ରାଜନୀତି ବିଜ୍ଞାନର ପ୍ରାଧ୍ୟାପକ ପ୍ରିୟବ୍ରତ ବାଣୁଆ, ଜନପ୍ରିୟ ନାରୀନେତ୍ରୀ ରମଣୀ ଦୁରିଆ ଓ ସ୍ଥାନୀୟ ବିଜ୍ଞାପିତ ପରିଷଦର ସଭ୍ୟା ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟା ହିମାଦ୍ରୀ ସିନ୍ଦୁର ପ୍ରମୁଖ ମଂଚାସୀନ ହୋଇ ସମ୍ଵିଧାନ ଓ ଆମ୍ବେଦକର ଙ୍କ ବିଷୟରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ଭାରତୀୟ ସମ୍ବିଧାନ ଉପରେ ଆଧାରିତ ବକ୍ତୃତା, ସାଧାରଣ ଜ୍ଞାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ର/ଛାତ୍ରୀ ବସୁନ୍ଧରା ଶୁକ୍ଳା, ବାସନ୍ତୀ ସାହୁ, ଆରୋହି ବାଗ, ପ୍ରିୟଙ୍କା ପାଢି, ସୈାମ୍ୟରଞ୍ଜନ କୁଣ୍ଡୁ, ମନୋଜ ସାହୁ, ସବିତା ତାଣ୍ଡି, ଆୟୁଷ ଯାଦବ, ଭୁପେନ୍ଦ୍ର ବାଗ ଙ୍କୁ ପୁରସ୍କୃତ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ମଳୟ କୁମାର ମୁଣ୍ଡ ଓ ସଂଜୀବ କୁମାର ପଣ୍ଡା ସଂଯୋଜନା କରିଥିଲେ । ଦଶମ ଶ୍ରେଣୀର ଛାତ୍ରୀମାନଙ୍କ ନେତୃତ୍ୱରେ “ବନ୍ଦେ ଭାରତ” ନୃତ୍ୟ ପରିବେଷଣ କରାଯାଇଥିଲା। ଚିତ୍ତରଞ୍ଜନ ମହାନନ୍ଦ ଧନ୍ୟବାଦ ଦେଇଥିଲେ ଓ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।