ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସରେ ଯାଜପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ମଧୁସୂଦନ ରାଓଙ୍କ ପ୍ରଣୀତ ବର୍ଣ୍ଣବୋଧ ବଣ୍ଟନ ।

ଯାଜପୁର,୦୭/୦୪/୨୦୨୫ (ଓଡ଼ିଶା ସମାଚାର)- ଆଜି ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସକୁ ବର୍ଣ୍ଣବୋଧ ବଣ୍ଟନ ତଥା ବର୍ଣ୍ଣବୋଧ ଉତ୍ସବ ଭାବେ ପାଳନ କରାଯାଉଛି।

ଜିଲ୍ଲା ପ୍ରଶାସନ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାପାଳ   ପି. ଅନ୍ୱେଷା ରେଡ୍ଡୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଯାଜପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ତଥା: ଗରିଆପୁର ୟୁ.ଜି.ଏମ.ଇ ସ୍କୁଲ୍, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଯାଜପୁର, ବୈଦ୍ୟରାଜପୁର ଏନ୍.ୟୁ.ପି.ଏସ, ଜିଲ୍ଲା ସ୍କୁଲ୍, ଯାଜପୁର ରେ ଓଡ଼ିଆ ଭାଷାର ପ୍ରାରମ୍ଭିକ ପରିଚୟ ପ୍ରଦାନ କରୁଥିବା  ମଧୁସୂଦନ ରାଓଙ୍କ ପ୍ରଣୀତ ବର୍ଣ୍ଣବୋଧ ବଣ୍ଟନ କରାଯାଇଛି।

ଏହି ବର୍ଣ୍ଣବୋଧ ବହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ, ଯାଜପୁର ନିତ୍ୟାନନ୍ଦ ବାରିକ, ବ୍ଲକ୍ ଶିକ୍ଷା ଅଧିକାରୀମାନେ, ଜିଲ୍ଲା ବିଜ୍ଞାନ ପରିଦର୍ଶକ କୁମାର ସେନ ସେନାପତି, ଜ୍ୟୋତ୍ସ୍ନାମୟୀ ଧଳ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ।ଏହି ବର୍ଣ୍ଣବୋଧ ଉତ୍ସବ ଜିଲ୍ଲାର ୧୦ ଟି ବ୍ଲକ ରେ ପାଳନ କରାଯାଇଛି।

Leave a Reply

Your email address will not be published. Required fields are marked *