କଟକ,୧୬/୧୧/୨୦୨୫(ଓଡ଼ିଶା ସମାଚାର)- ଜାତୀୟ ପ୍ରେସ୍ ଦିବସ ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟର ହେରିଟେଜ୍ ହଲ୍ରେ “ମିଡ଼ିଆ ଇନ୍ ଏ ଚେଞ୍ଜିଂ ୱାର୍ଲଡ’ ଶୀର୍ଷକ ସେମିନାର୍ ଅନୁଷ୍ଠିତ ହୋଇଯାଇଛି । ସ୍ନାତକୋତର ପରିଷଦର ଅଧ୍ୟକ୍ଷ ପ୍ରାଧ୍ୟାପକ ଧର୍ମବ୍ରତ ମହାପାତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରାକ୍ତନ ରାଜ୍ୟ ସୂଚନା କମିଶନର୍ ଦିଲ୍ଲୀପ ବିଶୋଇ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ନୀଳାମ୍ବର ରଥ ଓ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଡ. ସୌମ୍ୟା ପରିଡ଼ା ଉପସ୍ଥିତ ଥିଲେ । ବିଭାଗର ସଂଯୋଜକ ଡ.ଦେବୀଲାଲ ମିଶ୍ର ଅଧ୍ୟକ୍ଷତା କରିଥିଲେ ।
ଗଣମାଧ୍ୟମର ସ୍ୱାଧୀନତା, ଦାୟିତ୍ୱବୋଧ ଓ ବିଭିନ୍ନ ଆହ୍ୱାନ ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ଅଧ୍ୟାପିକା ଶ୍ରୀମୟା ରଥ ମଂଚ ପରିଚାଳନା କରିଥିଲେ । ଅଧ୍ୟାପକ ଜୟନ୍ତ କୁମାର ସ୍ୱାଇଁ, ସାର୍ଥକ ଅଭୁ୍ୟଦୟ, ସ୍ୱୟଂ ପ୍ରକାଶ ବେଦାନ୍ତଙ୍କ ସମେତ ବିଭାଗର ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ ।
