୬ଷ୍ଠ ‘ଆକା’ ସୁପର କପ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ଆମଣ ଜୟ ଦୂର୍ଗା ଚମ୍ପିୟାନ 

କଟକ ସଦର , ୧୪ /୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଥିବା ଅଗ୍ରଣୀ ଆଞ୍ଚଳିକ କଳା ଓ କ୍ରୀଡ଼ା ଅନୁଷ୍ଠାନ (ଆକା) ପକ୍ଷରୁ କିଶନନଗର ଠାରେ ଏକ ମାସ ଧରି ଅନୁଷ୍ଠିତ ହେଉଥିବା ୬ଷ୍ଠ ‘ ଆକା’ ସୁପର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆଜି ଗୁରୁବାର ଦିନ ଉଦଯାପିତ ହୋଇଛି। ଆଜିର ଫାଇନାଲ ମ୍ୟାଚରେ ଗତ ବର୍ଷର ଚମ୍ପିୟାନ ଵୋଧପୁର ସ୍ୱସ୍ତିକ ଟିମକୁ ଆମଣ ଜୟ ଦୂର୍ଗା ଟିମ୍ ୧/୦ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଛି। ଏହି ଉପଲକ୍ଷେ ଆକା ର ସଭାପତି ଇଂ ଦେବବ୍ରତ ପାତ୍ର ଙ୍କ ପୈ।ରୋହିତ୍ୟରେ ଆୟୋଜିତ ପୁରସ୍କାର ବିତରଣ ସଭାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ସମେତ କଟକ ସଦର ବ୍ଲକ ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ପୂର୍ବତନ ଵ୍ଲକ ଅଧ୍ୟକ୍ଷ ସାଧୁ ଜେନା, ସ୍ଥାନୀୟ ବିଜେପି ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ, ଉତ୍କଳ ବିକାଶ ପରିଷଦ କାର୍ଯ୍ୟକାରୀ ସଭାପତି ଵିମଳ ପଣ୍ଡା ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଅପ୍ ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କ୍ରିଡ଼ାଵିତ ମହମ୍ମଦ ଆସଫାକ୍,ଅଜୟ ପଟ୍ଟନାୟକ, ପ୍ରଦୀପ୍ତ ଦାସ, ସରୋଜ ବାରିକ୍,ଜୈ।ତି ପ୍ରକାଶ ନନ୍ଦ ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *