କଟକ ସଦର,୩୧/୦୫/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚଳିତବର୍ଷ ପ୍ରଥମ ଥର ପାଇଁ ଅଗ୍ରଣୀ ସାମାଜିକ ସଂଗଠନ ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ପକ୍ଷରୁ ସଭାପତି ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ପ୍ରଫେସର ମନୋଜ ନାୟକ ଙ୍କ ପୃଷ୍ଠପୋଷକତାରେ ୪୨ ମୈ।ଜା କଳପଡା କଦମ୍ଵେଶ୍ୱର ଖେଳ ପଡ଼ିଆରେ ଧୁମଧାମରେ ରଜ ମହୋତ୍ସବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।
ଏହା ଜୁନ ୧୪ ଓ ୧୫ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରତ୍ୟେକ ଦିନ ନାଚ,ଗୀତ, ଚିତ୍ରାଙ୍କନ ଭଳି ଅନେକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯିବ ବୋଲି ଜଣାପଡିଛି। ଉତ୍ସବ ସ୍ଥଳରେ ଦୋଳି ସହିତ ରଜ ପାନ ଓ ରଜ ପିଠା ର ଭରପୂର ମଜା ମିଳିବ ବୋଲି ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି।
ଦୁଇଦିନ ଧରି ସଂଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ହେବ ବୋଲି ଜଣାପଡିଛି। ସେହିପରି କିଶନନଗର ହାଟ ତୋଟା ଠାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ (୧୩ ରୁ ୧୭) ୫ ଦିନିଆ କଟକ ସଦର ରଜ ମହୋତ୍ସବ ଧୁମଧାମରେ ଓ ମହାସମାରୋହରେ ଅନୁଷ୍ଠିତ ହେବ ବୋଲି ପ୍ରସ୍ତୁତି ରୁ ଜଣାପଡିଛି। ପ୍ରତ୍ୟେକ ସଂଧ୍ୟାରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀଙ୍କ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ସହିତ ଦିନରେ ରଜ ମଉଜ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିବା ଜଣାଯାଇଛି।
