କଟକ ସଦର, ୦୪/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ଭାଦ୍ରବ ମାସ କୃଷ୍ଣ ଅଷ୍ଟମୀ ତିଥୀ ଶୁକ୍ରବାର ପବିତ୍ର ଜନ୍ମାଷ୍ଟମୀ ତଥା ଶ୍ରୀକୃଷ୍ଣ ଜନ୍ମ ଦିବସ ଉପଲକ୍ଷେ ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଏହି ପରିପ୍ରେକ୍ଷୀରେ କିଶନନଗର ସରସ୍ଵତୀ ଶିଶୁ ମନ୍ଦିରରେ ରାଧାକୃଷ୍ଣ ବେଶରେ ଜନ୍ମାଷ୍ଟମୀ ମହାସମାରୋହରେ ପାଳନ କରାଯାଇଛି। 

ପ୍ରଧାନ ଆଚାର୍ଯ୍ୟ ଅଜୟ କୁମାର ବିଶ୍ଵାଳଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଶିକ୍ଷାବିତ ପୁରୁଷୋତ୍ତମ ମହାରଣା, ପ୍ରାଧ୍ୟାପକ ଅକ୍ଷୟ କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଗନ ବିହାରୀ ମହାପାତ୍ର, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବିଷୋୟୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଵେଶ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।
ଶେଷରେ ଆଚାର୍ଯ୍ୟ ପ୍ରତିନିଧି ହରେନ୍ କୁମାର ମଣ୍ଡଲ ଧନ୍ୟବାଦ ଦେଇଥିଲେ। ସେହିପରି କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ‘ କୃଷ୍ଣଂ ବନ୍ଦେ ଜଗଦଗୁରୁମ୍’ ପାଳନ କରାଯାଇଛି।
