ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ଅଭିରୁଚି ଶିଶୁ ପ୍ରତିଭା ମହୋତ୍ସବ

ଭୁବନେଶ୍ୱର,୧୬/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶିଶୁ ଦିବସ ଅବସରରେ ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ଅଭିରୁଚି ଶିଶୁ ପ୍ରତିଭା ମହୋତ୍ସବ ବୁଦ୍ଧ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୪୦୦ରୁ ଅଧିକ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ଯଥା ଚିତ୍ରାଙ୍କନ, ଓଡିଶୀ ନୃତ୍ୟ, ଆଧୁନିକ ନୃତ୍ୟ।

ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ଜଗନ୍ନାଥ ପ୍ରଧାନ, ଏମ୍ ବିଏସ୍ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋସ୍ବାମୀ ସାର୍, ଏମ୍ ବିଏସ୍ ବିଦ୍ୟାଳୟ ପ୍ରତିଷ୍ଠାତା ସୋରେନ୍ଦ୍ର ସାର୍, ସମାଜ ସେବୀ ରୁଦ୍ର ସାମନ୍ତରାୟ ଅତିଥି ରୂପେ ଯୋଗଦେଇଥିଲେ।ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ଡିସେମ୍ବର ରେ ଟ୍ରଫି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *