ଜାଡିମଙ୍ଗଳା ସାହିତ୍ୟ ସଂସଦର ରକ୍ଷା ବନ୍ଧନ ଉତ୍ସବ ଓ ସମ୍ବର୍ଦ୍ଧନା ମହୋତ୍ସବ

କଟକ,୨୮/୦୮/୨୦୨୬ (ଓଡିଶା ସମାଚାର / ଅଭୟ ଜେନା) ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜାଡିମଙ୍ଗଳା ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟ ସ୍ତରୀୟ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ କଟକ ଚୌଧୁରୀ ବଜାର ସ୍ଥିତ ଗୋପାଳ ଜୀୟୁ ମଠ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।

ନାଟ୍ୟକାର ସଞ୍ଜୀତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବକୁ ଗୋପାଳଜୀୟୁ ମଠର ମହନ୍ତ ସୃଜନ ଦାସ ମହାରାଜ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ ଡଃ ବାବାଜୀ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବରେଣ୍ୟ ଅତିଥିଭାବେ ଲଲାଟେନ୍ଦୁ ଵଡୁ, ରବୀନ୍ଦ୍ର କୁମାର ବସ୍ତିଆ, ଶିକ୍ଷାଵିତ ଡଃ କିଶୋର ଚନ୍ଦ୍ର ଦାସ,ଆଡଭୋକେଟ ଡଃ ଜ୍ଞାନ ଗୁରୁ ଦାସ,କବି ଲକ୍ଷ୍ମୀ ମିଶ୍ର ପ୍ରମୁଖ ଯୋଗ ଦେଇ ରକ୍ଷାବନ୍ଧନ ର ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସମାଜସେବୀ ପ୍ରଶାନ୍ତ କୁମାର ରାଉତ, କବିୟତ୍ରୀ ଛଵିରାଣୀ ପତି,ଲେଖିକା ଭଗବତୀ ଖଟୁଆ ଓ ସାମ୍ବାଦିକ ପ୍ରଭାତ ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅଭିନେତା ପ୍ରଦୀପ୍ତ କୁମାର ଦାସ ମାନପତ୍ର ପାଠ କରିଥିଲେ। ସଂସଦର ସାଧାରଣ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କବି ବସନ୍ତ କୁମାରୀ ନନ୍ଦ ରାକ୍ଷୀ ସଂଗୀତ ପରିବେଷଣ କରିଥିବାବେଳେ ଅନନ୍ତ ସଂଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ।ସର୍ବଶେଷରେ ରଞ୍ଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *