ଭୁବନେଶ୍ୱର, ୧୯/୦୧/୨୦୨୪ (ଓଡ଼ିଶା ସମାଚାର)-ବିହାର ସରକାର ପଛୁଆବର୍ଗ ଜନଗଣନା କରିବା ସହିତ ଏହି ରିପୋର୍ଟ ଆଧାରରେ ପଛୁଆବର୍ଗଙ୍କ ପାଇଁ ବିହାରରେ ସଂରକ୍ଷଣ ସୀମାକୁ କାର୍ଯ୍ୟକାରୀ କରିଛନ୍ତି । ବିହାର ଦେଖାଦେଖି ଆନ୍ଧ୍ର ସରକାର ମଧ୍ୟ ଆଜିଠାରୁ ଓବିସି ସର୍ଭେ କରି ସର୍ଭେକ୍ଷଣ ଅନୁସାରେ ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ ପ୍ରେସ୍ ବିଜ୍ଞପ୍ତି ଜାରି କରିଛନ୍ତି । ଓଡ଼ିଶାରେ ୬ ମାସ ତଳୁ ଓବିସି ସଂରକ୍ଷଣ ରାଜ୍ୟ ସରକାରଙ୍କ ପାଖରେ ରିପୋର୍ଟ ଥିବା ସତ୍ୱେ ଓଡ଼ିଶା ସରକାର ସେହି ସର୍ଭେକ୍ଷଣ ରିପୋର୍ଟକୁ ଏପର୍ଯ୍ୟନ୍ତ ସାର୍ବଜନୀନ କରିଛନ୍ତି କିମ୍ବା ସର୍ଭେକ୍ଷଣ ଆଧାରରେ ନିଯୁକ୍ତି ଓ ନାମ ଲେଖାରେ ରାଜ୍ୟର ଓବିସିମାନଙ୍କୁ ସଂରକ୍ଷଣ ଦିଆଯାଉ ନାହିଁ । ଫଳରେ ରାଜ୍ୟ ସରକାରଙ୍କ ନିଯୁକ୍ତି କ୍ଷେତ୍ରରେ ଓବିସି ବର୍ଗର ଯୁବକ ଯୁବତୀମାନେ ହଜାର ହଜାର ଚାକିିରି ହରାଉଛନ୍ତି । କନିଷ୍ଠ ଶିକ୍ଷକ ନିଯୁକ୍ତି ହେଉ ଏଏସଓ ନିଯୁକ୍ତି ହେଉ କିମ୍ବା କନେଷ୍ଟବଳ, ହୋମଗାର୍ଡ଼ ଫାୟାରମ୍ୟାନ ନିଯୁକ୍ତି ହେଉ କିମ୍ବା ଓଡ଼ିଶା ପ୍ରଶାସନିକ ନିଯୁକ୍ତି ହେଉ ରାଜ୍ୟର ପଛୁଆବର୍ଗ ସଂରକ୍ଷଣ ସୁଯୋଗ ପାଇପାରୁଛନ୍ତି । ରାଜ୍ୟ ସରକାର ୨୭ ପ୍ରତିଶତ ସଂରକ୍ଷଣ ବଦଳରେ ଏହି ବର୍ଗର ଯୁବକ ଯୁବତୀମାନଙ୍କୁ ମାତ୍ର ୧୧.୨୫ ଶତାଂଶ ସଂରକ୍ଷଣ ଦେଉଛନ୍ତି । ସେହିଭଳି ମେଡ଼ିକାଲ, ଇଞ୍ଜିନିୟରିଂ ସମେତ କଲେଜ ଓ ବିଶ୍ୱବିଦ୍ୟାଳୟ ନାମ ଲେଖାରେ ମଧ୍ୟ ଓବିସି ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାର କୌଣସି ସଂରକ୍ଷଣ ଦେଉନାହାଁନ୍ତି । ଫଳରେ ହଜାର ହଜାର ଛାତ୍ରଛାତ୍ରୀ ମେଡ଼ିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରୁ ବଂଚିତ ହେବା ସେଙ୍ଗସେଙ୍ଗ ରାଜ୍ୟର ଓବିସି ବର୍ଗ ଡ଼ାକ୍ତର ଓ ଇଞ୍ଜିନିୟର ହେବା ସୁଯୋଗରୁ ବଂଚିତ ହେଉଛନ୍ତି । ତେଣୁ ତୁରନ୍ତ ଓବିସି ସର୍ଭେକ୍ଷଣ ରିପୋର୍ଟ ପ୍ରକାଶ କରିବା ସହିତ ସର୍ବେ ଆଧାରରେ ରାଜ୍ୟର ଓବିସି ମାନଙ୍କୁ ନିଯୁକ୍ତି ଓ ନାମ ଲେଖା କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ଦାବି କରି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି । ବିଧାନସଭା ଅଧିବେଶନ ପୂର୍ବରୁ ରାଜ୍ୟ ସରକାର ତୁରନ୍ତ ଏହି ସର୍ଭେକ୍ଷଣ ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି ।
Related Posts
୪ର୍ଥ ପର୍ୟ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି
ଭୁବନେଶ୍ୱର, ୧୧/୦୪/୨୦୨୪ (ଓଡ଼ିଶା ସମାଚାର)- ବିଜୁ ଜନତା ଦଳ ଆଜି ବିଧାନସଭା ନିର୍ବାଚନ ଲାଗି ୪ର୍ଥ ପର୍ୟ୍ୟାୟ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ…
ମନରେଗା ବଂଚାଅ ସଂଗ୍ରାମକୁ ନେଇ ଜିଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ରାପଡ଼ା, ୧୦/୦୧/୨୦୨୬(ଓଡ଼ିଶା ସମାଚାର)-ଜିଲା କଂଗ୍ରେସ ଭବନରେ ଜିଲା ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କ ଅଧ୍ୟକ୍ଷତାରେ ମନରେଗା ବଂଚାଅ ସଂଗ୍ରାମକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…
୧୬ତାରିଖ ଭାରତ ବନ୍ଦକୁ ସମାଜବାଦୀ ପାର୍ଟିର ସମର୍ଥନ
ଭୁବନେଶ୍ୱର, ୧୪/୦୨/୨୦୨୪ (ଓଡ଼ିଶା ସମାଚାର)- ବିଜେପି ନେତୃତ୍ୱାଧିନ କେନ୍ଦ୍ର ଏନଡିଏ ସରକାରଙ୍କର କୃଷକ ଓ ଶ୍ରମିକ ବିରୋଧି ନୀତି ବିରୁଦ୍ଧରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଟ୍ରେଡ୍…
