କମାଗୁରୁ ଜୁନିଅର କଲେଜରେ ନୂଆ’ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟିତ

ନିରାକାରପୁର,୧୯/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା କମାଗୁରୁ ରାମଚନ୍ଦ୍ର କଳ୍ପନା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂଆ’ଓ’ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ଉତ୍ସବରେ ଅତିଥିଭାବେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି, ଡ ରେଣୁବାଳା ସାମନ୍ତରାୟ, ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ର, ଅଧ୍ୟାପିକା  ସସ୍ମିତା ସାହୁ ଓ ଅଧ୍ୟାପକ ଅଭିରାମ ପଣ୍ଡା ଯୋଗଦେଇ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ନେଇ ଜ୍ଞାନ ଆହରଣ ଓ ଲୁକ୍କାୟିତ ପ୍ରତିଭାର ଉନ୍ନତି ଦିଗରେ ଗୁରୁତ୍ୱାରୋପ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତିଙ୍କ ସଭାପତିତ୍ବରେ ଆହୁତ ଏହି ସଭାରେ ସେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୁରୁତ୍ଵ ଉପରେ ଦିଗଦର୍ଶନ ଦେଇଥିଲେ।ଏହି ଅବସରରେ  ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାକରଣ ଦକ୍ଷତା, କବିତା ଆବୃତ୍ତି, ବକ୍ତୃତା, ଭଜନ ଗାନ, ସଙ୍ଗୀତ ଓ ଶବ୍ଦଧନ୍ଦା ଆଦି ଭାଷା ଓ ଐତିହ୍ୟ ଭିତ୍ତିକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଚିତ୍ତରଞ୍ଜନ ସାହୁ, ଅଧ୍ୟାପକ ରତ୍ନାକର ମହାପାତ୍ର,ଅଧ୍ୟାପକ ଦିଲ୍ଲୀପ କୁମାର ବେହେରା, ଅଧ୍ୟାପକ ମନମୋହନ ନାୟକ,ଅଧ୍ୟାପକ ବିଶ୍ୱଜିତ୍ ପଟ୍ଟନାୟକ, ଅଭିରାମ ମିଶ୍ର , ଆଲୋକ ମଙ୍ଗରାଜ ଓ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ସର୍ବଶେଷରେ ଅଧ୍ୟାପିକା ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *