ନୂଆପଡ଼ା ଖୁସି କଟକ ସଦରରେ, ବିଜୟ ଉତ୍ସବ ପାଳିଲା ସଦର ବିଜେପି

କଟକ ସଦର, ୧୫/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନୂଆପଡ଼ା ଉପ ନିର୍ବାଚନରେ ବିଜେପି ଆଶାତୀତ ଭାବେ ସଫଳତା ପାଇବା ପରେ ନୂଆପଡ଼ା ର ଖୁସି କଟକ ସଦର ରେ ପରିଲକ୍ଷିତ ହୋଇଛି। ଏଥିପାଇଁ କଟକ ସଦର ବିଜେପି ପକ୍ଷରୁ ଆଜି ଶନିବାର ସଂଧ୍ୟାରେ କିଶନନଗର ଠାରେ ମଣ୍ଡଳ ସଭାପତି ଚିତ୍ତରଞ୍ଜନ ସାହୁ ଙ୍କ ପରିଚାଳନାରେ ଆୟୋଜିତ ବିଜୟ ଉତ୍ସବ ପାଳନ କରାଯାଇଛି।

ଏହି ଅବସରରେ ଆୟୋଜିତ ବିଜୟ ସଭାରେ କଟକ ସଦର ବିଧାୟକ ତଥା ନୂଆପଡ଼ା ରେ ପ୍ରଚାର ଦାୟିତ୍ବରେ ଥିବା ଇଂ ପ୍ରକାଶ ଚନ୍ଦ୍ର ସେଠୀ ଯୋଗଦେଇ ନୂଆପଡ଼ା ଭୋଟରଙ୍କୁ ଧନ୍ୟବାଦ ଜଣାଇବା ସହିତ ଆଗାମୀ ଦିନରେ ଡବଲ ଇଂଜିନ ସରକାର ଙ୍କ ଡବଲ ଧମାକା କଟକ ସଦର ରେ ପରିଲକ୍ଷିତ ହେବବୋଲି କହିଛନ୍ତି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ମଣ୍ଡଳ ଉପସଭାପତି ବିରଞ୍ଚିନାରାୟଣ ପଣ୍ଡା, କଟକ ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସାଧୁ ଜେନା ପ୍ରମୁଖ ଯୋଗ ଦେଇ ବିଧାୟକ ଙ୍କ ନିର୍ବାଚନ ରଣନୀତି କୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ କେକ୍ କଟାଯାଇ ସମସ୍ତଙ୍କୁ ବଂଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *