ମଣ୍ଡଳସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଶୁଭାରମ୍ଭ

ଡ୍ରପ ଆଉଟ ହାର କମାଇ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଆମ ସରକାରର ଲକ୍ଷ: ଉପମୁଖ୍ୟମନ୍ତ୍ରୀ

ନିମାପଡ଼ା ୦୨/୦୪/୨୦୨୫ (ଓଡ଼ିଶା ସମାଚାର)- ଆଗରୁ ବିଦ୍ୟାଳୟକୁ ଯିବା ପୁର୍ବରୁ ମା ବାପା ନଡିଆ ଓ ଗୁଆ ସହ ଶିଶୁଙ୍କୁ ନେଇ ଚାଟଶାଳୀରେ ପହଞ୍ଚିବାପରେ ଚାହାଳି ମାଷ୍ଟ୍ରେ ଶିଶୁର ହାତରେ ଖଡିଧରାଇ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ନାଁରେ ୩ଟି ସୁନ ବୁଲାଇ ଖଡ଼ି ଛୁଆଁ କାର୍ୟ୍ୟ , ପାଠପଢ଼ା ଆରମ୍ଭ କରୁଥିଲେ। ଧିରେଧିରେ ସେସବୁ ଆଧୁନିକତାର ପ୍ରଭାବରେ ଲୋପ ପାଇ ଯାଇଥିଲା। ଏବେ ଡ୍ରପ ଆଉଟ ହାର କମାଇ ବିଦ୍ୟାଳୟରେ କୌତୁହଳପୂର୍ଣ୍ଣ ପରିବେଶ ସୃଷ୍ଟି ହେବା ସହିତ ଭବିଷ୍ୟତ ପିଢ଼ିର ଭବିଷ୍ୟତ କିପରି ଉଜ୍ବଳ ହେବ ସେଥିପାଇଁ ୨୦୨୦ ଜାତିୟ ଶିକ୍ଷାନିତି ଓଡିଶାରେ ଲାଗୁ ହୋଇଛି। ଯାହାଫଳରେ ପ୍ରତି ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଖୋଲିବ।

ଏହି ଶିଶୁ ବାଟିକାରେ ଅଧିକ ସଂଖ୍ୟକ ଶିଶୁଙ୍କ ଯୋଗଦାନ ପାଇଁ ସବୁ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳନ ହେବା ସହିତ ପୁରୁଣା ପଦ୍ଧତି ଆଧାରରେ ସେମାନଙ୍କର ଖଡ଼ି ଛୁଆଁର ଶୁଭାରମ୍ଭ ହେଉଛି ବୋଲି ଆଜି ପୂର୍ବାହ୍ନରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଦିଘାଳୋସ୍ଥିତ ଏନ ଏମ ପି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଉଭୟ ଗୋପ ଓ ନିମାପଡ଼ା ଶିକ୍ଷା ମଣ୍ଡଳ ପକ୍ଷରୁ ଆୟୋଜିତ ହୋଇଥବା ମଣ୍ଡଳସ୍ତରୀୟ ପ୍ରବେଶ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ।

ଶେଷରେ ସେ ପିଲାମାନଙ୍କୁ କିଟ ବଣ୍ଟନ କରି ବେଦୋକ୍ତ ମନ୍ତ୍ର ଉଚ୍ଚାରଣରେ ଖଡ଼ି ଛୁଆଁ କାର୍ୟ୍ୟକ୍ରମର ଶୁଭାରମ୍ଭ କରିବା ସହିତ ବିକଶିତ ଓଡିଶାର ସ୍ବପ୍ନ ଶାକାର ହେବବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗୋପ ବ୍ଲକ ଅଧ୍ୟକ୍ଷ ଝୁନୁ ମଲ୍ଲିକ, ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ,ଏନ ଏ ସି ଅଧ୍ୟକ୍ଷ ସସ୍ମିତା ସାହୁ, ସରପଞ୍ଚ ନିରୁପମା ପ୍ରଧାନ, ସମିତି ସଭ୍ୟ ତିଳୋତ୍ତମା ବାରିକ, ସାଂସଦ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ଓଝା, ପ୍ରଧାନ ଶିକ୍ଷୟତ୍ରୀ କବିତା ସେନାପତି ,ଗୋପ ମଣ୍ଡଳ ଶିକ୍ଷାଧିକାରୀ ସୁଶିଲ ବ୍ରହ୍ମା ନିମାପଡ଼ା ମଣ୍ଡଳ ଶିକ୍ଷାଧିକାରୀ ଦ୍ବିତୀକାନ୍ତ ପ୍ରଧାନଙ୍କ ସମେତ ବହୁ ପଦାଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ,ସିଆରସିସି,ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *