ଲକ୍ଷ୍ମୀପୁର ୧୫/୧୧/୨୫(ଓଡିଶା ସମାଚାର/ପ୍ରମୋଡ ଜେନା)-ଓଡିଶା ର ନୂଆପଡ଼ା ଓ ବିହାର ର ଦୁଇଶହ ଆସନ ଜିତିବା ପରେ ବିଜେପି ଦଳରେ ଖୁସିର ଲହରୀ ଖେଳି ଯାଇଛି। ଏନେଇ ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ମୀପୁର ବିଜେପି କର୍ମୀ ମାନେ ବିଜୟ ଉତ୍ସବ ପାଳନ କରିଛନ୍ତି। ଲକ୍ଷ୍ମୀପୁର ନୂଆ ବଷ୍ଟାଣ୍ଡ ଠାରେ ପରସ୍ପରକୁ ମିଷ୍ଠାନ ଖୁଆଇ ବାଣ ଫୁଟାଇ ଖୁସି ମନେଇଥିବ ଦେଖିବାକୁ ମିଳିଛି। ଏନେଇ ସଭିଁଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ ପାଇଁ ସବୁକିଛି ସମ୍ଭବପର ହୋଇ ପାରିଛି ବୋଲି କହିଛନ୍ତି।
ବିଜୟ ଉତ୍ସବ ପାଳିଲେ ବିଜେପି କର୍ମି
