କେନ୍ଦ୍ରାପଡ଼ା,୧୪/୧୧/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମରେ ଗଢି ଉଠିଥିବା ଓପିଏସ ବିଦ୍ୟାଳୟରେ ଶିଶୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ଉତରମ ଚରଣ ସ୍ୱାଇଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ସାମ୍ବାଦିକ ସୁଦର୍ଶନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।
ଛାତ୍ରଛାତ୍ରୀମାନେ ଆବାହନୀ ସଂଗୀତ ଗାନ କରିଥିଲେ ।ଶିଶୁଦିବସ ଉପରେ ଛାତ୍ରଛାତ୍ରୀମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ଦିବ୍ୟରୂପା ପରିଡା, ରଶ୍ମୀରେଖା ପରିଡା, ସ୍ନେହନାଜ, ଗୁଲଜାର ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଛାତ୍ର ଶ୍ରେୟାଂସ ମହାନ୍ତି କବିତା ପାଠ କରିଥିବା ବେଳେ ଦିବ୍ୟସ୍ମିତା ମଲ୍ଲିକ ଓ ରୋହନ ପରିଡା ନୃତ୍ୟ ପରିବେଷଣ କରିଥିଲେ ।
