କେନ୍ଦ୍ରାପଡ଼ା,୦୬/୦୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ପଂଚାୟତର ସମାଜସେବୀ ବିବେକାନନ୍ଦ ଦାଶ ଆଜି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେହି ପଂଚାୟତର ମହାଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠିର ସଭାପତି ପ୍ରିୟଦର୍ଶିନୀ ଦାଶ ୨ଲକ୍ଷରୁ ଉଦ୍ଧ୍ୱର୍ ବ୍ୟାଙ୍କ ଋଣ ଅର୍ଥକୁ ଗୋଷ୍ଠିର ବ୍ୟାଙ୍କ ଜମାଖାତାରୁ ଉଠାଇ ଆତ୍ମସାତ କରିଦେଇଛନ୍ତି । ଏସମ୍ପର୍କରେ ଗୋଷ୍ଠିର ସଦସ୍ୟାମାନେ ଜାଣିବା ପରେ ତୁରନ୍ତ ଆଳି ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ପରନ୍ତୁ ବିଡିଓଙ୍କୁ ଦରଖାସ୍ତ ଦେବା ପରେ ଆଳି ବ୍ଲକର ମାଣିକପାଟଣା ଗ୍ରାମର ପ୍ରକାଶ ଦାଶ ନାମକ ବ୍ୟକ୍ତି ମହାଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନଙ୍କୁ ଫୋନ କରି କହିଥିଲେ ଯେ ଆଳିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବଙ୍କ ବୈଠକକୁ ଆସିଲେ ତମମାନଙ୍କ ଅର୍ଥ ଫେରିପାଇବାର ବ୍ୟବସ୍ଥା କରାଯିବ । ଏସବୁ ଘଟିବା ପରେ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ପାଖରୁ ନ୍ୟାୟ ପାଇବା ସମ୍ଭବ ନୁହେଁ ବୋଲି ଅନୁଭବ କରି ସେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ବିବେକାନନ୍ଦ ।
ମହାଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠିର ସଭାନେତ୍ରୀ ଲକ୍ଷାଧିକ ଟଙ୍କାର ଋଣ ଅର୍ଥ ଆତ୍ମସାତ କରିଥିବା ଜିଲାପାଳଙ୍କୁ ଅଭିଯୋଗ
