ଲକ୍ଷ୍ମୀପୁର ବ୍ଲକରେ ପାସ ହାର ୯୭ ପ୍ରତିଶତ

ଲକ୍ଷ୍ମୀପୁର, ୨୬/୦୫/୨୦୨୪ (ଓଡ଼ିଶା ସମାଚାର/ପ୍ରମୋଦ ଜେନା) – କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ମାଟ୍ରିକ ପରୀକ୍ଷାରେ ପାସ ହାର ୯୭ ପ୍ରତିଶତ ରହିଛି। ତଥାପି ଏ ୱାନ ରେ କୌଣସି ହାଇସ୍କୁଲରୁ କେହି ଜଣେ ବି ପାସ ହୋଇ ନଥିବା ବେଳେ କେବଳ ସାଙ୍ଗାନା  ହାଇସ୍କୁଲର ଜଣେ ଏ ଟୁରେ ପାସ ହୋଇ ଥିବା ଜଣା ପଡିଛି। ଏହା ପୂର୍ବରୁ କରୋନା କଟକଣାରେ ଶତ ପ୍ରତିଶତ ପାସ ହାର ରହିଥିଲା। ତଥାପି କଡା ସୁରକ୍ଷା ସତ୍ୱେ ଏତେ ସଂଖ୍ୟକ ପାସ ହାର ଥିବାରୁ ଲକ୍ଷ୍ମୀପୁର ବ୍ଲକ୍ ପାଇଁ ଗର୍ବ ଓ ଗୌରବର କଥା ବୋଲି ସବୁ ମହଲରେ ମତ ପ୍ରକାଶ ପାଇଛି। ଲକ୍ଷ୍ମୀପୁର ବ୍ଲକ ସାଙ୍ଗାନା ହାଇସ୍କୁଲ୍ ସ୍ଥିତ ନୋଡାଲ ସେଣ୍ଟର ଅଧୀନରେ ଥିବା ୧୫ଟି ହାଇସ୍କୁଲ୍ ର ୧୧୨୦ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ୧୦୯୩ ଜଣ ପାସ ହୋଇଥିବା ବେଳେ ୨୭ ଜଣ ଦୁର୍ଭାଗ୍ୟ ବଶତଃ ଫେଲ୍ ହୋଇଛନ୍ତି। ସେଥି ମଧ୍ୟରେ ଲକ୍ଷ୍ମୀପୁର ସାଙ୍ଗାନା ହାଇସ୍କୁଲ୍ ର ୧୬୯ ରୁ ୧୬୭, ୟୁ.ଏନ୍ ରାଜୁ ବାଳିକା ବିଦ୍ୟାଳୟର ୬୧ ଜଣ ଛାତ୍ରୀଙ୍କ ମଧ୍ୟରୁ ୬୧ ଜଣ ପାସ ହୋଇଥିବା ଜଣା ପଡ଼ିଛି। ସେହିପରି ଉପର କୁଟିଙ୍ଗା ହାଇସ୍କୁଲ ର ୨୭ ରୁ ୨୭,ଧରଡ଼ା ହାଇସ୍କୁଲ୍ ର ୭୯ ରୁ ୭୮,ଗିର୍ଲିପୁଟ ହାଇସ୍କୁଲର ୧୫ ରୁ ୧୦,ଚମ୍ପି ହାଇସ୍କୁଲ୍ ୧୦୩ ରୁ ୧୦୩,ବୁର୍ଜା ମାଧ୍ୟମିକ ବିଦ୍ୟାଳୟର ୫୬ ରୁ ୫୬,ଗୌଡ଼ଗୁଡ଼ା ହାଇସ୍କୁଲର ୪୯ ରୁ ୪୩,ଲୁଲୁପଦର୍ ହାଇସ୍କୁଲର ୪୪ ରୁ ୩୪,କୁସୁମଗୁଡ଼ା ହାଇସ୍କୁଲ୍ ର ୬୬ରୁ ୬୬, ମିନାପାଇ ବାଳିକା ବିଦ୍ୟାଳୟର ୬୧ ରୁ ୬୧ ପାସ,ତୟାପୁଟ ସ୍ଥିତ ନେତାଜୀ ହାଇସ୍କୁଲ୍ ର ୬୨ ରୁ ୬୧, ପଞ୍ଚଡ଼ା ହାଇସ୍କୁଲ୍ ର ୧୩୫ ରୁ ୧୩୧ ଜଣ, କାକିରିଗୁମା ହାଇସ୍କୁଲ୍ ର ୧୦୬ ରୁ ୧୦୧, ତୁନପାର୍ ହାଇସ୍କୁଲର ୮୭ ରୁ ୮୬ ଜଣ ଛାତ୍ର ଛାତ୍ରୀ ପାସ ହୋଇଛନ୍ତି। ଏହା ମଧ୍ୟରେ କୌଣସି ବିଦ୍ୟାଳୟର ଏ ୱାନ କେହି ନଥିବା ବେଳେ ଏ ଟୁ ରେ ସାଙ୍ଗାନା ହାଇସ୍କୁଲ୍ ଜଣେ ଥିବା ଜଣା ପଡ଼ିଛି। ଏଥିରୁ ଜଣା ପଡୁଛି ଲକ୍ଷ୍ମୀପୁର ବ୍ଲକରେ ଶିକ୍ଷ୍ୟା ଦାନ କିପରି ଚାଲିଛି। ଲକ୍ଷ୍ମୀପୁର ବ୍ଲକ୍ ରେ କରୋନ କଟକଣା ପୂର୍ବରୁ ଏହିପରି ରେଜଲ୍ଟ ଆସୁ ନଥିଲା ବେଳେ ୨୦୨୪ ମାଟ୍ରିକ ପରୀକ୍ଷାର ଚମତ୍କାର ରେଜଲ୍ଟ କୁ ନେଇ ସବୁ ମହଲରେ ଆଶ୍ଚର୍ୟ୍ୟ ପ୍ରକଟ ହୋଇଛି।ସେ ଯାହା ହେଉ ୨୦୨୪ ମସିହାର ମାଟ୍ରିକ ପରୀକ୍ଷା କିନ୍ତୁ ସବୁ ବର୍ଷର ରେକର୍ଡ କାଟିଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *