କଟକ ସଦର,୧୩/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଗ୍ରାମାଞ୍ଚଳ ପୋଲିସ ଜିଲ୍ଲା ଅନ୍ତର୍ଗତ ଗୋବିନ୍ଦପୁର ଥାନା ଦେଵୀ ନଦୀର ସିମଳଦା ନିକଟରେ ଆଜି ଗୁରୁବାର ଦିନ ତିନି ଜଣ ବୟସ୍କ ବ୍ୟକ୍ତି ବୁଡ଼ିଯାଇ ନିଖୋଜ ଥିବା ଜଣାପଡିଛି।
ଏହି ତିନି ଜଣ ବୟସ୍କ ବ୍ୟକ୍ତି ଦେଵୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ନଦୀ କୂଳରେ ତାଙ୍କର ଲୁଗାପଟା ରହିଥିବା ଦେଖି ଲୋକମାନେ ପୁଲିସ କୁ ଖଵର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ନଦୀରେ ନିଖୋଜ ଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ସଂଧ୍ୟା ସୁଦ୍ଧା ସେମାନଙ୍କୁ ଠାବ କରି ପାରିନଥିବା ଜଣାପଡିଛି। ଆସନ୍ତା କାଲି ପୁଣି ଖୋଜାଖୋଜି ହେବ ବୋଲି ଜଣାପଡିଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
