କଟକ ସଦର, ୧୦/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତ ର ରାଜହଂସ ଗ୍ରାମରେ ଆଜି ସୋମବାର ଅପରାହ୍ନରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏଵଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୈ।ହାନ କୃଷି କ୍ଷେତ୍ର ପରିଦର୍ଶନ କରିବା ସହିତ ଚାଷୀମାନଙ୍କ ସହିତ ସିଧାସଳଖ ଭାବ ବିନିମୟ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପ ମୂଖ୍ୟମନ୍ତ୍ରୀ ତଥା କୃଷି ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,ଆଇସିଏଆର୍- ସିଆରଆରଆଇ ନିର୍ଦ୍ଦେଶକ ଡ଼ଃ ଜିଏକେ କୁମାର ପ୍ରମୁଖ ଙ୍କ ସମେତ ରାଜ୍ୟ ଵିଜେପି କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କଟକ ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ, କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ୱାଳ, କନ୍ଦରପୁର ମଣ୍ଡଳ ବିଜେପି ମହିଳା ମୋର୍ଚ୍ଚା ସଭାପତି ଲକ୍ଷ୍ମୀପ୍ରିୟା ସ୍ୱାଇଁ ପ୍ରମୁଖ ଙ୍କ ସହିତ ଚାଷୀମାନେ ଯୋଗଦେଇ ଥିଲେ।

ସେହିପରି ସଂଧ୍ୟାରେ କଟକ ବିଦ୍ୟାଧରପୁର ଠାରେ ଥିବା ଆଇସିଏଆର- କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ରାଜ୍ୟ କୃଷି ମନ୍ତ୍ରୀ କନକବର୍ଦ୍ଧନ ଙ୍କ ସହିତ ଯୋଗଦେଇ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା,ଡାଲି ଓ ଖାଇବା ତେଲ ଆତ୍ମନିର୍ଭରଶୀଳତା ମିଶନ ଉପରେ କାର୍ଯ୍ୟାନୁଷ୍ଠାନ ସୁଦୃଢ କରିବା ଉପରେ ଆଲୋକପାତ କରିଥିଲେ।
