ସାଲେପୁର, ୧୫/୦୨/୨୦୨୬ ( ଓଡିଶା ସମାଚାର/ଅଭୟ ଜେନା ) ଈଶ୍ୱରୀୟ ବ୍ରହ୍ମକୁମାରୀ ସାଲେପୁର ଶାଖା ଓ ପ୍ରାଣି ସମ୍ପଦବିଭାଗ ମିଳିତ ଆନୁକୂଲ୍ୟରେ ସାଲେପୁର ବ୍ଲକ ପୁରୁଣାହାଟ ପଂଚାୟତ ସୋଗଲ ଗ୍ରାମରେ ନିଃଶୁଳ୍କ ଗୋ ଚିକିତ୍ସା ଶିବିର ଓ ରାଜଭୋଗ ଜ୍ଞାନ ପ୍ରଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅନୁଷ୍ଠାନିକ ଭାବେ ପ୍ରାଣି ପାଳନ ଓ ପ୍ରାଣି ଚିକିତ୍ସା ବିଭାଗର ଅତିରିକ୍ତ ନିର୍ଦେଶକ ଡାକ୍ତର ସତ୍ୟ ରଞ୍ଜନ ରାଉତ ଉଦଘାଟନ କରିଥିଲେ । ତାଙ୍କ ସହ ପ୍ରାକ୍ତନ ଅତିରିକ୍ତ ନିର୍ଦେଶକ ଡାକ୍ତର ସଚ୍ଚିଦାନନ୍ଦ ପଣ୍ଡା ଓ ଉପ ନିର୍ଦେଶକ ସରୋଜ କୁମାର ମଲ୍ଲିକ ପ୍ରାଣି ବିଶେଷଜ୍ଞ ଭାବେ ଯୋଗଦେଇ ଦୁଇଶହ ଗାଈ ଛେଳି ମହିଷୀ ଚିକିତ୍ସା କରିବା ସହ ଆବଶକ୍ୟ ଔଷଧ ପ୍ରଦାନ କରାଯାଇ ଥିଲା ।

ଉକ୍ତ ଶିବିରକୁ ଡାକ୍ତର ଦୀପକ ସେନାପତି, ଡାକ୍ତର ରାକେଶ କୁମାର ବେହେରା, ଡାକ୍ତର ରମା ରଞ୍ଜନ ପତି, ପ୍ରାଣି ସମ୍ପଦ କ୍ଷେତ୍ରୀୟ ବୈଷୟିକ କର୍ମଚାରୀ ଉପେନ୍ଦ୍ର ନାଥ ରଣା, ସାଲେପୁର ମାହାଙ୍ଗା ନିଶ୍ଚିନ୍ତକୋଇଲି ର ଅଧିକାଂଶ କର୍ମଚାରୀ ଯୋଗ ଦେଇ ଶିବିରକୁ ସହାୟତା ଯୋଗାଇ ଦେଇଥିଲେ । ସ୍ଥାନୀୟ ସରପଞ୍ଚ, ଓମଫେଡ୍ ସଭ୍ୟ, ଗୋ ଚାଷୀ ମାନେ ସହାୟତା ଓ ସହଯୋଗ କରିବା ସହ ରାଜଭୋଗ ପ୍ରଚାର ଶିବିର ରେ ଯୋଗଦେଇ ସମାଜକୁ ଶାନ୍ତି ମିତ୍ରୀ ଭାବରେ ବାନ୍ଧି ରଖିବାର ବାର୍ତ୍ତା ପ୍ରଦାନ କରିଥିଲେ ।
