କଟକ, ୧୮/୧୨/୨୦୨୪ (ଓଡ଼ିଶା ସମାଚାର)- ଜଳ ସଂପଦ ବିଭାଗ ତରଫରୁ କଟକ ଜିଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ଚଳିତ ଡିସେମ୍ବର ୨୨ ତାରିଖରୁ ଆସନ୍ତା ୨୦୨୫ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ବିଭିନ୍ନ ବିଭାଗର ସହଯୋଗରେ ପାଳିତ ହେବାକୁ ଯାଉଥିବା ଏହି ପକ୍ଷର ଶୁଭାରମ୍ଭ ଡିସେମ୍ବର ୨୨ ତାରିଖ ଦିନ ପାଣି ପଂଚାୟତର ଉପାଦେୟତା ବାର୍ତା ବହନ କରୁଥିବା ଏକ ସଚେତନତା ରଥର ଶୁଭ ଉଦଘାଟନ କରାଯିବ । ଏହି ରଥ ଜିଲାର ସମସ୍ତ ବ୍ଲକକୁ ଭ୍ରମଣ କରିବ । ଏହି ପକ୍ଷ ପାଳନର ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ଦତାତ୍ରୟ ଭାଉସାହେବ ସିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପକ୍ଷ ପାଳନର ଅଂଶ ବିଶେଷ ଭାବେ ପ୍ରତାପ ନଗରୀ ସ୍ଥିତ ୱାଲମି ଠାରେ ଚଳିତ ଡିସେମ୍ବର ୨୯ ତାରିଖ ଦିନ ଏକ ପ୍ରଦର୍ଶନୀ ଆୟୋଜିତ ହେବ । ଯେଉଁଥିରେ କୃଷି ପଶୁ ପାଳନ ଏବଂ ପଶୁ ଚିକିତ୍ସା, ଜଙ୍ଗଲ, ମୃତିକା ସଂରକ୍ଷଣ, ଉଦ୍ୟାନକୃଷି, ମତ୍ସ୍ୟ, ଉଠାଜଳସେଚନ, ଗା୍ରମୀଣ ଉନୟନ ବ୍ୟାଙ୍କ, ଗବେଷଣାରତ ଅନଷ୍ଠୁାନ ଆଦି ଅଂଶଗ୍ରହଣ କରି ସେମାନଙ୍କର କାର୍ଯ୍ୟକଳାପ ତଥା ଯନ୍ତ୍ରାଂଶର ପ୍ରଦର୍ଶନ କରିବେ । ଏହି ଅବସରରେ ଜିଲାର ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଣି ପଂଚାୟତ ବିଷୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । କୃତି ପ୍ରତିଯୋଗୀମାନଙ୍କୁ ଜାନୁଆରୀ ୫ ତାରିଖରେ ହେବାକୁ ଥିବା ଉଦଯାପନୀ ସମାରୋହରେ ପୁରସ୍କୃତ କରାଯିବ । ଜିଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନର ବିଭିନ୍ନ ଉତ୍ସବ ରେ ଜିଲାର ପ୍ରତିନିଧିମାନେ ସାମିଲ ହେବେ । ପ୍ରକାଶ ଥାଉକି କଟକ ଜିଲାରେ ୩୦୦ରୁ ଊର୍ଦ୍ଧ୍ୱ ପାଣି ପଂଚାୟତ କାର୍ଯ୍ୟ କରୁଛି । କଟକ ଜିଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ପାଣି ପଂଚାୟତ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦେବା ପାଇଁ ଅଧିକାରୀମାନଙ୍କୁ ଜିଲାପାଳ ଶ୍ରୀ ସିନ୍ଦେ ନିର୍ଦ୍ଧେଶ ଦେଇଥିଲେ । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିରଷ୍ଠ ଇଂ ହେମନ୍ତ ପାଣ୍ଡବ, ବିଜୟ ସେଠୀ, ମଳୟ ସାହୁ, ଜିଲା ମଖୁ ୍ୟ କୃଷି ଅଧିକାରୀ ଅଶୋକ କର ଓ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ଜିଲାସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
