ଭୁବନେଶ୍ୱର,୦୫/୦୩/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବିଜୁ ପଟ୍ଟନାୟକ ଫାଉଣ୍ଡେସନ ତରଫରୁ ଏହାର ମୁଖ୍ୟ କାର୍ଯ୍ୟାଳୟ ପରିସରରେ, ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଶ୍ରୀରାମ ଦାଶ, ବିଶିଷ୍ଠ ସାମ୍ବାଦିକ ଗିରିଜା ଦାଶ, ବିଶିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ, ସମାଜସେବୀ କ୍ଷେତ୍ରମୋହନ ଦାସ ଏବଂ ସମାଜସେବୀ ବିନ୍ଦୁଜା ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଫାଉଣ୍ଡେସନର ଟ୍ରଷ୍ଟି ଶ୍ରୀ ଶକ୍ତି ପ୍ରସାଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୁ ବାବୁଙ୍କ ବଳିଷ୍ଠ ବ୍ୟକ୍ତିତ୍ୱ ଏବଂ ଅସାଧାରଣ ଦକ୍ଷତା ସମ୍ପର୍କରେ ଅତିଥିଗଣ ଆଲୋକପାତ କରିଥିଲେ । ଏହି ଅବସରରେ ବରିଷ୍ଠ ନାଗରିକ ଏବଂ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱମାନଙ୍କୁ ସମ୍ଭର୍ଦ୍ଧିତ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ବିଜୁପ୍ରେମୀ ତଥା ଜନସାଧାରଣ ଯୋଗଦେଇ, ବିଜୁ ବାବୁଙ୍କୁ, ସ୍ମରଣ କରିଥିଲେ ।
