ଏକାମ୍ର ସତ୍ୟ ସେବାଶ୍ରମର ୩୯ତମ ପ୍ରତିଷ୍ଠା ଉତ୍ସବ ସାହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ।

ଭୁବନେଶ୍ୱର,୦୩/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ବାବା ବୈକୁଣ୍ଠନାଥ ବ୍ରାହ୍ମଚାରୀଙ୍କ ପ୍ରତିଷ୍ଠିତ ଏକାମ୍ର ସତ୍ୟ ସେବାଶ୍ରମର ୩୯ ତମ ପ୍ରତିଷ୍ଠା ଉତ୍ସବ ଦୁଇଦିନ ବ୍ୟାପି ୟୁନିଟ -୯ ବୈକୁଣ୍ଠ ସରଣୀରେ  ସ୍ଥିତ ଆଶ୍ରମ ପରିସରରେ   ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈକୁଣ୍ଠ ଭଜନ , ଗୀତା ପାଠ ଓ  ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିସହିତ ଭଜନ, ସଂକୀର୍ତ୍ତନ, ଭାଗବତ ପାଠ,  ହରି ହାଟ ସହିତ ସନ୍ଥ ବୈକୁଣ୍ଠନାଥଙ୍କ ସାହିତ୍ୟ ଓ ଦର୍ଶନଶାସ୍ତ୍ର ଉପରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ସାହିତ୍ୟିକ ଦିଗରାଜ ବ୍ରହ୍ମା, ଗୌତମ ନାୟକ, ସୁରେନ୍ଦ୍ର ନାଥ ସାମଲ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଦାର୍ଶନିକ ସ୍ଵାମୀ ବ୍ରହ୍ମାତ୍ମାନନ୍ଦ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ। ସେହିପରି ବହୁ ସନ୍ଥ ଯେପରିକି ବାବାଜୀ ସତ୍ୟାନନ୍ଦ ଦାସ, ଚେତନାନନ୍ଦ ଦାସ ମହାରାଜ, ଅମୃତାନନ୍ଦ ଦାସ, ବାବାଜୀ ବାଳକାନନ୍ଦ ଦାସ ପ୍ରମୁଖ ଯୋଗଦେଇଥିଲେ। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଧର୍ମ ସଭା ଓ ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତି, ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଚାର ସମିତିର ଉପ ସଭାପତି ବୈକୁଣ୍ଠ ମହାପାତ୍ର, କୋଷାଧ୍ୟକ୍ଷ ନିରଞ୍ଜନ ଦାଶ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସେବାଶ୍ରମ ପରିଚାଳନା ସମିତିର ସଭାପତି ବାଳକାନନ୍ଦ ଦାସ, ସମ୍ପାଦକ ଅରୁଣ କୁମାର ସାହୁ, ମନୋରଞ୍ଜନ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *