କଟକ ସଦର ଵିଜେପି ନେତା ପ୍ରକାଶ ସେଠୀଙ୍କ ବିଭିନ୍ନ ମନ୍ଦିର ସଫେଇ

କଟକ ସଦର ,୧୮/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା ୨୨ ତାରିଖ ଦିନ ଅଯୋଧ୍ୟାରେ ହେଵାକୁ ଥିବା ବହୁ ପ୍ରତିକ୍ଷିତ ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଓ ରାମଲାଲାଙ୍କ ସିଂହାସନ ଆରୋହଣ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦେଶ କ୍ରମେ ଦେଶର ସମସ୍ତ ଦେବାଦେବୀ ମନ୍ଦିରର ସ୍ୱଚ୍ଛତା ରକ୍ଷା କରିବା ପାଇଁ ସଫେଇ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଗୁରୁବାର ଦିନ କଟକ ସଦର ଵିଜେପି ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପକ୍ଷରୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ମନ୍ଦିର ସଫେଇ ହୋଇଥିବା ଜଣାପଡିଛି। ଏଥିରେ ପରମହଂସ ଠାରେ ଥିବା ପରମହଂସନାଥ ଶିଵ ମନ୍ଦିର, ଜନାର୍ଦ୍ଦନପୁରର ଶନିଦେଵ ମନ୍ଦିର,କଳମିଶ୍ରିର ଅନନ୍ତେଶ୍ୱର ମନ୍ଦିର,ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମନ୍ଦିର,ତିଳକଣା ସ୍ଥିତ ଚନ୍ଦ୍ରଶେଖର ଶିଵ ମନ୍ଦିରରେ ଏହି ସ୍ୱଚ୍ଛ ଭାରତ ଅଭିଯାନ କରାଯାଇ ରାମମୟ ପରିବେଶ ସୃଷ୍ଟି କରାଯାଇଛି ।

Leave a Reply

Your email address will not be published. Required fields are marked *