କଟକ ୨୦/୦୭/୨୦୨୬ (ଓଡ଼ିଶା ସମାଚାର)-ବାଲି ମାଫିଆଙ୍କୁ ସତର୍କ ବାଣୀ । ବାଲି ଉଠାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଟକ ଜିଲାପାଳଙ୍କ ତାଗିଦ୍ କରିଛନ୍ତି । କେବଳ ଲଘୁ ଖଣିଜ ସମ୍ପଦ ପାଇଁ ଉଦ୍ଧିଷ୍ଟ ଓ.ଏମ.ଏମ.ସି ନିୟମାବଳୀ ନୁହେଁ, ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ ମଧ୍ୟ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।
ନିଆଳି ଅଂଚଳରେ ସାମ୍ନାକୁ ଆସିଥିବା ଏହି ସମ୍ପର୍କିତ ଏକ ଘଟଣାରେ ରାଜସ୍ୱ, ଖଣି ଏବଂ ଜଳ ସମ୍ପଦ ବିଭାଗ କର୍ତୁପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି । ବାରଣ ସତ୍ୱେ ଯଦି କେଉଁ ବାଲିଘାଟରେ ବାଲି ଉଠୁ ଥାଏ ତେବେ ଜିଲା ପ୍ରଶାସନକୁ ଜଣାଇବାକୁ ଜିଲାପାଳ ଅପିଲ କରିଛନ୍ତି । ନଦୀ ଜଳସ୍ତର ବୃଦ୍ଧି ସମୟରେ ବାଲିଘାଟ ଗୁଡିକରୁ ବାଲି ଉଠାଇବା ପାଇଁ କଟକ ଜିଲା ପ୍ରଶାସନ ପୂର୍ବରୁ ବାରଣ କରିଛି ।
