ଭୁବନ ଏନ୍ ଏ ସି ରେ “ଓଡ଼ିଆ ପକ୍ଷ” ପାଳନ

ଭୁବନ,୦୩/୦୪/୨୦୨୫ (ଓଡ଼ିଶା ସମାଚାର)-ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ “ଓଡ଼ିଆ ପକ୍ଷ” ପାଳିତ ହୋଇଯାଇଛି । ଏହି ଅବସରରେ ନଗରପାଳ ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ଵେଜ୍,କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ, ପ୍ରାଣକୃଷ୍ଣ ଓଝା,ବିଶ୍ୱାସ ମହାନ୍ତି,ସଚିନ ମହାନ୍ତି,ସନ୍ତୋଷ କୁମାର ମିଶ୍ର,ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ ସମସ୍ତ କର୍ମଚାରୀ ପାରମ୍ପରିକ ପୋଷାକ ପରିଧାନ କରିଥିଲେ । ଏବଂ ଆମ ପୋଷାକ, ଆମ ପରିଚୟ । ମୁ ଓଡିଆ ,ମୋ ଭାଷା ବଢିଆ ନାରାବାଜି କରିଥିଲେ । ଓଡ଼ିଆ ପକ୍ଷ ପାଳନ ପାଇଁ ସନ୍ଧ୍ୟାରେ ଏନ୍ ଏ ସି କାର୍ଯ୍ୟାଳୟକୁ ରଙ୍ଗୀନ ଆଲୋମାଳାରେ  ସଜ୍ଜିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *