କଟକ ଚଣ୍ଡୀଙ୍କୁ ଦର୍ଶନ କଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ହେମନ୍ତ କୁମାର ଶର୍ମା

କଟକ,୦୯/୧୧/୨୦୨୫(ଓଡ଼ିଶା ସମାଚାର)- ସୂଚନା ଓ ଲୋକ ସମ୍ପର୍କ ଓ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ନିଜ ପତ୍ନୀଙ୍କ ସହ ଚଣ୍ଡୀ ମନ୍ଦିର ଆସି ମା’ଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ।

ମନ୍ଦିର ପାର୍ଶ୍ୱ ବୁଲି ଏହାର ଉନ୍ନତି କାର୍ଯ୍ୟ ସମ୍ପର୍କରେ ଅବଗତ ହୋଇଥିବା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ଦର୍ଶନ ସମୟରେ ସଦର ଉପ-ଜିଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଉଭୟ ଅଧିକାରୀ ସ୍ୱାଗତିକା ବେହେରା, ଅଭିରାମ ଦାସ,ମନ୍ଦିର ପରିଚାଳନା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *