ବିଜେପି ର ନୂଆ ବର୍ଷ ଶୁଭେଛା ଓ ଅଭିନନ୍ଦନ ତୋରଣକୁ ପୋଡ଼ିଦେଲେ 

 ଗରଦପୁର,୦୧/୦୧/୨୦୨୫ (ଓଡ଼ିଶା ସମାଚାର)- ପାଟକୁରା ନିର୍ବାଚନ ମଣ୍ଡଳୀ ତଥା ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ପଂଚାୟତସ୍ଥିତ ଚାରି ଛକରେ ବିଜେପି ନେତା ତେଜେଶ୍ୱର ପରିଡ଼ା ଙ୍କ ପକ୍ଷରୁ ଲଗା ଯାଇଥିବା ୨୦୨୫ ନବ ବର୍ଷର ଶୁଭେଛା ଓ ଅଭିନନ୍ଦନ ତୋରଣ କୁ ଗତକାଲି ରାତିରେ ଦୁର୍ବୃତମାନେ ଭାଙ୍ଗି ନିଆଁ ଲଗାଇ ପୋଡ଼ି ଦେଇଛନ୍ତି । ଏ ସମ୍ପର୍କରେ ଆଜି ସ୍ଥାନୀୟ କୁଦାନଗରୀ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ ତଳକୁସୁମାସ୍ଥିତ ଚାରିଛକରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମାନ୍ୟବର ଅମିତ ଶାହା, ଜେପି ନଡ୍ଡା, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ମନମୋହନ ସାମଲ, କେଭି ସିଂଦେଓ, ପ୍ରଭାତି ପରିଡ଼ା ଓ ଅନ୍ୟାନ୍ୟ ଦଳିୟ ନେତୃବୃନ୍ଦଙ୍କ ଫଟୋ ଥାଇ ବିଜେପି ନେତା ତେଜେଶ୍ୱର ପରିଡ଼ାଙ୍କ ପକ୍ଷରୁ ନୂତନ ବର୍ଷର ଅଭିନନ୍ଦନ ବାର୍ତା ଥିବା ଏକ ତୋରଣ ନିର୍ମାଣ କରାଯାଇଥିଲା । ଏହି ତୋରଣ କୁ ଦୁର୍ବୃତମାନେ ଗତକାଲି ରାତିରେ ଭାଙ୍ଗିଦେବା ସହିତ ଏଥିରେ ଲଗାଯାଇଥିବା ଦଳିୟ ନେତାଙ୍କ ଫଟୋ ବ୍ୟାନର, କପଡ଼ା ଓ ବାଉଁଶକୁ ଜାଳି ଦେଇଛନ୍ତି । ଏ ସମ୍ପର୍କରେ ବିଜେପି ଦଳର ତଳକୁସୁମା ପଂଚାୟତ ସଭାପତି ପ୍ରଶାନ୍ତ ସ୍ୱାଇଁ କୁଦାନଗରୀ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ଏହି ଘୃଣ୍ୟ କାର୍ଯ୍ୟ ପାଇଁ ସ୍ଥାନୀୟ ଜନ ସାଧାରଣଙ୍କ ସହ ଦଳିୟ କାର୍ଯ୍ୟକର୍ତା ଘୋର ମର୍ମାହତ ହୋଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି । ଲିଖିତ ଅଭିଯୋଗ ପାଇବା ପରେ କୁଦାନଗରୀ ଥାନା ରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୋଗ ପାଇବା ପରେ ପୁଲିସ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ଅନୁସନ୍ଧାନ ଜାରି ରଖିଛି ।

Leave a Reply

Your email address will not be published. Required fields are marked *