କଟକ,୨୨/୦୮/୨୦୨୬ (ଓଡ଼ିଶା ସମାଚାର / ଦେବାଶିଷ ରଥ)- ମହାନଦୀବିହାର ମହିଳା ସମିତି ର ୩୭ତମ ବାର୍ଷିକୋତ୍ସବ ମହାନଦୀବିହାରସ୍ଥିତ ମହାନଦୀଭବନରେ ଅନୁଷ୍ଠିତ ହୋଇଯାଇଛି ।
ମହିଳା ସମିତିର ସଭାନେତ୍ରୀ ନମିତା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ବିଧାୟକ ଡଃ ପ୍ରଭାତ ବିଶ୍ଵାଳ ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ସାଇକୋଲଜିଷ୍ଟ ସ୍ମିତା ମହାନ୍ତି, ମୁଖ୍ୟବକ୍ତା ସାହିତ୍ୟିକ ପ୍ରଜ୍ଞାପରମିତା ଆଚାର୍ଯ୍ୟ ଦ୍ବିବେଦୀ ଏବଂ ସମ୍ମାନିତ ଅତିଥି ଭାବେ ଏମଡିଏ ସଭାପତି ସଞ୍ଜୟ ଜେନା, ସମ୍ପାଦକ ହିମାଂଶୁ ଷଢ଼ଙ୍ଗୀ ଏବଂ ସ୍ଥାନୀୟ କର୍ପୋରେଟର ଇଂ ସୁବ୍ରତ ଘଡାଇ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ।
ମହିଳା ସମିତିର ସମ୍ପାଦିକା ମଧୁସ୍ମିତା ଷଢ଼ଙ୍ଗୀ ବାର୍ଷିକ ବୀବରଣୀ ପାଠ କରିଥିଲେ । ଏହି ମହିଳା ସମିତିର ପୂର୍ବତନ ସଭାପତି ସ୍ଵର୍ଗତ ଶାନ୍ତ୍ବନା ମିଶ୍ରଙ୍କୁ ମରଣୋତ୍ତର ସମ୍ମାନ ଓ ବର୍ତ୍ତମାନର ସଭ୍ୟା ନିବେଦିତା ଷଢ଼ଙ୍ଗୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସଙ୍ଗୀତ ଗୁରୁ ଅଭିରାମ ଖୁଟିଂଆ, ନୃତ୍ୟଗୁରୁ କାହ୍ନୁ ଚରଣ ସେଠୀ, ଓଡିଶୀ ନୃତ୍ୟଗୁରୁ କବିତା ଚାନ୍ଦଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । 
ସହସମ୍ପାଦିକା ସସ୍ମିତା ସାବତ, କୋଷାଧ୍ୟକ୍ଷା ଅନୂସ୍ୱୟା ମହାନ୍ତି, ସହ କୋଷାଧ୍ୟକ୍ଷ ରଶ୍ମୀ ପଣ୍ଡା, ପତ୍ରିକା ସମ୍ପାଦିକା ଇନ୍ଦୁମତୀ ଦାଶ, ସହସମ୍ପାଦିକା ସୋହାଗିନୀ ବେହେରା, ନାଟ୍ୟ ସମ୍ପାଦିକା ପ୍ରଣତି ଆଚାର୍ଯ୍ୟ, ସହ ନାଟ୍ୟ ସମ୍ପାଦିକା ସ୍ଵପ୍ନମୟୀ ସ୍ଵାଇଁ ଓ ଅନ୍ୟମାନଙ୍କ ମଧ୍ୟରେ ସୀମା କୁମାରୀ, ସୁଚେତା ରଥ, ସୁପ୍ରଭା ନାୟକ, କନକଲତା ସାମଲ, ଭାରତୀ ପାଣି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସଭ୍ୟା ସଞ୍ଜିତା ପ୍ରତିହାରୀ ମଞ୍ଚ ପରିଚାଳନା କରିଥିବା ବେଳେ ଉପସଭାନେତ୍ରୀ ରୀନା ରାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
