ଢେଙ୍କାନାଳ,୦୮/୧୧/୨୦୨୫ (ଓଡ଼ିଶା ସମାଚାର)- ଗଞ୍ଜାମ ଜିଲ୍ଲାର ନିଷ୍ଟ ୟୁନିଭରସିଟି ପରିସରରେ ଭାରତର ବିଭିନ୍ନ ତାଇକୋଣ୍ଡୋ ଏକାଡେମୀ, ଆସୋସିଏସନ ଓ କ୍ଲବର ମିଳିତ ଆନୁକୂଲ୍ୟରେ ଜାତୀୟ ଓପେନ ତାଇକୋଣ୍ଡୋ ପ୍ରତିଯୋଗିତା ତଥା ଓ୍ବାରିୟରର୍ସ କପ ୨୦୨୫ ଚଳିତ ମାସ ୮ ଓ ୯ ତାରିଖରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ପାଇଁ ଢେଙ୍କାନାଳ ଟିମ ୮ ତାରିଖ ସକାଳୁ ବ୍ରହ୍ମପୁର ଗସ୍ତ କରିଛନ୍ତି ।
ଏହି ଯାତ୍ରା ସଫଳ ହେବା ପାଇଁ ଅନୁଷ୍ଠାନର କର୍ମକର୍ତ୍ତା, ଶୁଭେଚ୍ଛୁ ଓ ଅଭିଭାବକ ପ୍ରମୁଖ ଉତ୍ସାହିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ଓ ଆଶା ରଖିଛନ୍ତି ।ଫେରିଲା ବେଳେ ଢେଙ୍କାନାଳ ପାଇଁ ପଦକ ଜିତି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ହାସଲ କରିବା ହେବେ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚଳିତ ମାସରେ ସ୍ୱତନ୍ତ୍ର ଶିବିର କରାଯାଇ ମନୋନୀତ କରାଯାଇଥିଲା ।
ଏଥିରେ ଭାଗ ନେଉଥିବା ଖେଳାଳି ମାନେ ଅମ୍ରିତା ସାହୁ, ଗାୟତ୍ରୀ ମିଶ୍ର, ସୀକ୍ରିତି, ଅକ୍ସିତା ଦାଶ, ବିଶ୍ୱ ରଞ୍ଜନ ବେହେରା, ବିଶ୍ୱଜିତ ମହାପାତ୍ର, ସାହିଲ ପୃଷ୍ଟି, ପ୍ରିୟାଂଶୁ ପ୍ରତୀକ କନ୍ନର, ବେଦାନ୍ତ ସାହୁ, ସୁରଜ ବାହାଦୂର, ଅଙ୍କିତ ପ୍ରିୟଦର୍ଶିନ ପ୍ରମୁଖ ପି. ୟୁଇ., ସବ୍ ଜୁନିୟର, କ୍ୟାଡେଟ୍, ଜୁନିୟର ଓ ସିନିୟରର ବିଭିନ୍ନ ଓଜନ ବିଭାଗରେ କ୍ୟୁରୋଗୀ, ପୁମସେ ଓ ସ୍ପୀଡ଼ କିକ୍ ପ୍ରତିଯୋଗିତାରେ ଭାଗନେବେ । ଏହି ଗସ୍ତରେ ଟିମ ସହିତ ମ୍ୟାନେଜର ଭାବେ ଇନ୍ଦ୍ରଜିତ ସାହୁ ଏବଂ କୋଚ୍ ଭାବରେ ଆମେଚର ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ୪ର୍ଥ ଡ୍ୟାନ୍ ବ୍ଲାକ ବେଲ୍ଟ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଟିମ ସହିତ ଗସ୍ତ କରିଛନ୍ତି ।
